କାହିଁକି ଉପମୁଖ୍ୟମନ୍ତ୍ରୀ ଦେଲା ବିଜେପି ?

କାହିଁକି ଉପମୁଖ୍ୟମନ୍ତ୍ରୀ ଦେଲା ବିଜେପି ?

ଓଡିଶାରେ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଢିଛି । ଏବଂ ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରିଛି ବିଜେପି । ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଥିବାବେଳେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ, ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛି । ତେବେ ବିଜେପିର ଏଭଳି ଫର୍ମୁଲା ନୂଆ ନୁହେଁ ପୂର୍ବରୁ ଛତିଶଗଡ, ମଧ୍ୟପ୍ରଦେଶ ରାଜସ୍ଥାନରେ ବି ବିଜେପି ତାର ଏଭଳି ଫର୍ମୁଲା ଲାଗୁକରିଛି । ଓଡିଶାରେ ପ୍ରଥମ ଥର ବିଜେପି ସରକାର କରିଥିବାବେଳେ ତାର ପୁରୁଣା ଫର୍ମୁଲାକୁ ଆପଣାଇଛି ଭାରତୀୟ ଜନତା ପାର୍ଟି । ତେବେ ଚର୍ଚ୍ଚା କାହିଁକି ନିଜର ପୁରୁଣା ଫର୍ମୁଲାକୁ ଆପଲାଏ କରିଛି ବିଜେପି । ବଡ ବଡ ରାଜ୍ୟ ଗୁଡିକରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଆଉ ଜଣେ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଥାଏ । ସେହି ଫର୍ମୁଲାକୁ ଓଡିଶାରେ ଆପଲାଏ କରିବା ପଛର କାରଣ କଣ । ତେବେ ଅନ୍ୟପଟେ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ଭିନ୍ନ ଭିନ୍ନ ଜାତିର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଦେଇଥାଏ ବିଜେପି ଓଡିଶାରେ ମଧ୍ୟ ସେଇ ଫର୍ମୁଲା ଆପଲାଏ କରିଛି । ଆଦିବାସୀ ଚେହେରା ମୋହନ ଚରଣ ମାଝୀଙ୍କୁ ସିଏମ ଚଉକିରେ ବସାଇଥିବାବେଳେ,ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି ଏବଂ କେଭି ସିଂଦେଓ ରାଜପରିବାରରୁ ଆସିଛନ୍ତି । ସେହିପରି ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାବେଳେ ପଶ୍ଚିମ ଓ ଉପକୂଳ ଓଡିଶାରୁ ଦୁଇଟି ଚେହେରାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି । ଚର୍ଚ୍ଚା ହେଉଛି ବିଜେପି ନିଜର ସ୍ଥିତିକୁ ଠିକ ରଖିବା ପାଇଁ ଓଡିଶାରେ ଏପରି କିଛି ନିୟମ କରିଛି ।

author

Related Articles

Leave a Reply

Your email address will not be published. Required fields are marked *