କାହିଁକି ଚଳୁନି ୧ ଟଙ୍କିଆ ?

କାହିଁକି ଚଳୁନି ୧ ଟଙ୍କିଆ ?

ବଜାରରେ ସବୁ କଏନ ଚାଲୁଛି କିନ୍ତୁ ୧ ଟଙ୍କିଆ କଏନ ଏବେ ଲୋକ ନେବାକୁ ରାଜି ହଉନାହାନ୍ତି କଣ ପାଇଁ ? କିଏ କରୁଛି ଏହି ୧ଟଙ୍କିଆ କଏନକୁ ଅଚଳ । ଆରବିଆଇ ଦ୍ୱାରା ପ୍ରଚଳିତ ଛୋଟ ଏକ ଟଙ୍କିକିଆକୁ ନେଇ ଏବେ ଦ୍ୱନ୍ଦରେ ଅଛନ୍ତି ଲୋକ । ବଜାରରେ ଏହି କଏନ ନେଉନାହାନ୍ତି । କେଉଁଠି ଚଳୁଛି ତ ଆଉ କେଉଁଠି ଚଳୁନି । ଅଳ୍ପ ଅଂଚଳକୁ ଛାଡି ଦେଲେ କେଉଁଠି ଏହି କଏନ ଆଉ ଦେଖିବାକୁ ମିଳୁନି । ତେବେ କାହିଁକି ଏହି ଟଙ୍କା ଚଳୁନି । ଏହି ପ୍ରଶ୍ନ ପଚାରିବାରୁ ଲୋକ କହୁଛନ୍ତି ଆମଠୁ କିଏ ନେଉନଥିବାରୁ ଏହା ଚଳୁନି । ସମସ୍ତେ ଏହି ଟଙ୍କିକିଆ ନେବାକୁ ମନା କରୁଥିବାରୁ ଉଭୟ ଗ୍ରାହକ ଓ ଦୋକାନୀ ଏହି ସମସ୍ୟାରେ ପଡୁଛନ୍ତି । ତେବେ ରିଜର୍ଭ ବ୍ୟା୍‌କ କହୁଛି ଟଙ୍କିକିଆ ବ୍ୟାନ କଥା ଗୁଜବ । ସବୁ ବ୍ୟାଙ୍କ ଏହାକୁ ନେବେ । କଏନ ଚଳୁନି କହିବା ଏକ ଅପରାଧ ବୋଲି ବ୍ୟାଙ୍କ କହିଛି ।

author

Related Articles

Leave a Reply

Your email address will not be published. Required fields are marked *