କାହିଁକି ଚୁପ୍ ଅଛନ୍ତି ଭଟ୍ଟଲି ବିଧାୟକ

କାହିଁକି ଚୁପ୍ ଅଛନ୍ତି ଭଟ୍ଟଲି ବିଧାୟକ

ପଶ୍ଚିମ ଓଡିଶାର ବରିଷ୍ଠ ନେତା ତଥା ଭଟ୍ଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ନେଇ ତେଜୁଛି ରାଜନୀତି । 2024 ନିର୍ବାଚନ ପାଇଁ ପଶ୍ଚିମ ଓଡିଶାର ସେନାପତି ସାଜିବେ ସୁଶାନ୍ତ । ମେ 24ରେ ସୁଶାନ୍ତ କହିଥିଲେ ଯେ ମନ୍ତ୍ରୀ କି କୌଣସି ଦଳୀୟ ପଦବୀରେ ନଥାଇ ମଧ୍ୟ ତାଙ୍କର ଦଳରେ ବହୁତ କାମ ରହିଛି । ଶୁଣାଯାଉଥିଲା କି ତାଙ୍କୁ ମନ୍ତ୍ରୀ ପଦ ନ ମିଳିବାରୁ ତାଙ୍କ ସମର୍ଥକ ମାନେ ବିଜେଡି ଉପରେ ନାରାଜ ଅଛନ୍ତି । କିନ୍ତୁ ପ୍ରତିଉତ୍ତରରେ ସୁଶାନ୍ତ କହିଥିଲେ ଯେ ଆଗକୁ 2024 ନିର୍ବାଚନ ତେଣୁ କିପରି ବିଜେଡିକୁ ସଂଗଠନ କରିବେ ତାହା ତାଙ୍କର ଲକ୍ଷ୍ୟ ।


କିନ୍ତୁ ବର୍ତ୍ତମାନ ସୁଶାନ୍ତଙ୍କ ପରି ଜଣେ ବଳିଷ୍ଠ ସଂଗଠକଙ୍କ ହାତ ଗୋଡ ବନ୍ଧା । କାରଣ ସୁଶାନ୍ତ କେବଳ ସୁନ୍ଦରଗଡ ଓ ନିର୍ବାଚନ ମଣ୍ଡଳୀରେ ସୀମିତ ଅଛନ୍ତି । ଯାହା ତାଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ବିଜେଡି ବିଧାୟକ ନବ ଦାସଙ୍କ ହତ୍ୟା ମାମଲାରେ ତାଙ୍କ କଥା ଉଠିଥିଲା ଏବଂ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ସେଥିପାଇଁ ତାଙ୍କୁ ସୁନ୍ଦରଗଡ ମନା ହୋଇଥିଲା । କିନ୍ତୁ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ସୁଶାନ୍ତ ଯେଉଁ କଥା କହିଥିଲେ ବିଜେଡିକୁ ସେ ପଶ୍ଚିମ ଓଡିଶାରେ ଜିତାଇ ଆଣିବେ ତାହା କଣ ଏବେ ଭୁଲିଗଲେ କି ତାହା କେବଳ କଥାରେ ସୀମିତ ରହିଯିବ ।
ପ୍ରଶ୍ନ ଉଠୁଛି ଯେ ସମସ୍ତ ଘଟଣାରେ ମୁଣ୍ଡ ଖେଳାଉଥିବା ସୁଶାନ୍ତ ଏବେ ଚୁପ୍ କଣ ପାଇଁ ? ଦଳର ବଡ ବଡ କାର୍ଯ୍ୟକ୍ରମରେ ମଧ୍ୟ ସୁଶାନ୍ତଙ୍କ ଦେଖା ମିଳୁନି । ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମରେ ମୁହଁ ଖୋଲୁଥିବା ସୁଶାନ୍ତ 4 ମାସ ହେଲା କିଛି କହୁ ନାହାନ୍ତି । ଏମିତିକି ସୌମ୍ୟଙ୍କ ମାମଲାରେ ମଧ୍ୟ ପାଟି ଫିଟାଇ ନାହାନ୍ତି ସୁଶାନ୍ତ । ପୂର୍ବଭଳି ଦଳରେ ଆଉ ତାଙ୍କର ଆଧିପତ୍ୟ ନାହିଁ କି ? ଧିରେ ଧିରେ ଆଧିପତ୍ୟ ବଢିବା ବଦଳରେ ଛିଡି ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *