କାହିଁକି ଚୁପ୍ ଅଛନ୍ତି ସୌମ୍ୟ ପଟ୍ଟନାୟକ ?

କାହିଁକି ଚୁପ୍ ଅଛନ୍ତି ସୌମ୍ୟ ପଟ୍ଟନାୟକ ?

ନିର୍ବାଚନ ପାଇଁ ରାଜ୍ୟ ରାଜନୀତିର ମାହୋଲ ପୁରା ସରଗରମ ରହିଛି । ନିର୍ବାଚନୀ ପ୍ରସାର ମଧ୍ୟ ଜୋରସୋରରେ ଚାଲିଛି । କିନ୍ତୁ ଏହାରି ମଧ୍ୟରେ ରାଜ୍ୟ ରାଜନୀତିର ଜଣେ ଦକ୍ଷ ନେତାଙ୍କୁ ଖୋଜା ପଡିଛି । ବିଜେଡିରୁ ବହିଷ୍କୃତ ହୋଇଥିବା ତଥା ସାମ୍ବାଦିକଙ୍କ ଗୁରୁ କୁହାଯାଉଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଆଉ ଦେଖା ଦର୍ଶନ ମିଳୁନାହିଁ । ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ କଥା କଥାକେ ରାଜ୍ୟ ସରକାରଙ୍କୁ ପାଣି ପିଆଇ ଦେଉଥିବା ସୌମ୍ୟ ପଟ୍ଟନାୟକ ହଠାତ୍ କୁଆଡେ ଉଭେଇ ଗଲେ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ନିର୍ବାଚନ ପୂର୍ବରୁ ସୌମ୍ୟଙ୍କ ନିରବତାକୁ ସାଧାରଣ ଜନତାଙ୍କ ସହ ରାଜନୈତିକ ସମୀକ୍ଷକ ମାନେ ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି । ସେ କେଉଁ କାରଣରୁ ଚୁପ୍ ଅଛନ୍ତି , କାହିଁକି ଲୋକଲୋଚନକୁ ଆସୁନାହାନ୍ତି, ନା ସୌମ୍ୟ କିଛି ଭିତ୍ତିରିଆ ପ୍ଲାନ କରୁଛନ୍ତି ତାକୁ ନେଇ ଏବେ ନାନା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଏହା ସହ ନିର୍ବାଚନରେ ତାଙ୍କର ଭୂମିକା କଣ ହେବ, ସେ ନିର୍ବାଚନ ଲଢିବେ ନା ନାହିଁ, ଯଦି ଲଢିବେ ତେବେ କେଉଁ ଦଳରୁ ଲଢିବେ ତାକୁ ନେଇ ନାନା ସସପେନ୍ସ ଲାଗି ରହିଛି । ଅନ୍ୟପଟେ ସୌମ୍ୟଙ୍କ ଗଡ ଖଣ୍ଡପଡାରେ ମଧ୍ୟ ନିର୍ବାଚନ ପାଇଁ ସୌମ୍ୟଙ୍କୁ ଖୋଜା ପଡିଥିବା ଚର୍ଚ୍ଚା ହେବା ପରେ ଏଭଳି ସ୍ଥିତିରେ ଏବେ ସୌମଙ୍କ ଆଗାମୀ ପଦକ୍ଷେପ କଣ ହେବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *