ବଦଳୁଛି ସରକାର କିନ୍ତୁ ବଦଳୁନି ସିଷ୍ଟମ । ନିଜ ଭବିଷ୍ୟତ ଗଢିବା ବଦଳରେ ରାଜରାସ୍ତାରେ ବସି ହରତାଳ କରୁଛନ୍ତି ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ଏବଂ ଧାରଣା ଦେବା ପରେ ବି ଶୁଣୁନାହାନ୍ତି ସରକାର । ଛାତ୍ରଛାତ୍ରୀ ଆମ ଦେଶର ଭବିିଷ୍ୟତ । ଏଥିପାଇଁ ବିଜେପି ଛାତ୍ରଛାତ୍ରୀଙ୍କ ପାଇଁ ଯୁବକ ଯୁବତୀଙ୍କ ପାଇଁ ଅନେକ ଯୋଜନା କରିଥିବା ଏବଂ ସେମାନଙ୍କୁ ନିଯୁକ୍ତି ଦେବାକୁ ଆଗେଇ ଆସିଥିବା ଦାବି କରୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର କଣ ତାହା ଅନ୍ୟ କିଛି ଦିଗକୁ ଇସାରା ଦେଉଛିା ଚାକିରୀ ଆଶାୟୀଙ୍କୁ ନା ଚାକିରୀ ମିଳୁଛି ନା ଛାତ୍ରଛାତ୍ରୀଙ୍କୁ ନିଜ ଇଚ୍ଛାରେ ପଢିବାର ସୁଯୋଗ ମିଳୁଛି । କେବଳ ଟଙ୍କା ହାତେଇ ଅଯୋଗ୍ୟ ପିଲାଙ୍କୁ ଚାକିରୀ ଦିଆଯାଉଥିବା ପ୍ରତିଦିନ ଅଭିଯୋଗ ଆସୁଛିା କିନ୍ତୁ ବିଜେପି ମନ୍ତ୍ରୀମାନେ କିଛି ଅସୁବିଧା ନଥିବା ମତପ୍ରକାଶ କରୁଛନ୍ତି । ବିଜେପି ସରକାରକୁ ଆସିଲେ ଚାକିରୀ ଆଶାୟୀଙ୍କୁ ୪ ମାସ ଭିତରେ ଚାକିରୀ ଦିଆଯିବ ବୋଲି ବଡବଡ ଭାଷଣ ମାରିଥିଲୋ କିନ୍ତୁ ୫ ମାସ ପରେ ବି ସ୍ଥିତିରେ କିଛି ବି ସୁଧାର ଆସିନି । ଯ।।ହାକୁ ନେଇ ଛାତ୍ରଛାତ୍ରୀମାନେ ତାତିକି ରହିଛନ୍ତି ।
You can share this post!
author