କାହିଁକି ଦଳୀୟ କାର୍ଯ୍ୟକ୍ରମରେ ନଜର ଆସୁନାହାନ୍ତି ଅମର ?

କାହିଁକି ଦଳୀୟ କାର୍ଯ୍ୟକ୍ରମରେ ନଜର ଆସୁନାହାନ୍ତି ଅମର ?

ଭେଟେରାନ ନେତା ଅମର ଶତପଥୀଙ୍କୁ ନେଇ ଦିନକୁ ଦିନ ଦ୍ୱନ୍ଦ୍ୱ ବଢୁଛି । ଦଳରେ ଥାଇ ବି ଦଳରେ ନଜର ଆସୁନାହାନ୍ତି ଅମର । ହାରିବା ପରଠାରୁ ବିଜେଡି ଶିବିରରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ବିଜେଡି ନୂଆ ରୂପରେ ଆସୁଛି । ରଥଯାତ୍ରାରେ ମହାପ୍ରଭୁଙ୍କ ଆଶୀବାଦ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନବକେଳବର କରିଛନ୍ତି । ଦଳରେ ଥିବା ବରିଷ୍ଠ ନେତାଙ୍କୁ ଦଳର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । କନିଷ୍ଠ ନେତାଙ୍କୁ ପଛରେ ପକାଇ ଅଭିଜ୍ଞ ନେତାଙ୍କୁ ଦଳର ସମ୍ପୂର୍ଣ୍ଣ ଦାୟିତ୍ୱ ଟେକି ଦେଇଛନ୍ତି । କିନ୍ତୁ ଏଥିରେ ବି ଅମରଙ୍କ ଚିହ୍ନବର୍ଣ୍ଣ ନାହିଁ । ପୂର୍ବରୁ ମଧ୍ୟ ବିଜେଡିର ବରିଷ୍ଠ ନେତାମାନେ ଏକଜୁଟ ହୋଇ ଶାସକ ଦଳକୁ ଟାର୍ଗେଟ କରୁଥିଲେ । ନିର୍ବାଚନରେ ହାରିବା ପରେ ଦଳର ଆଭିମୁଖ୍ୟ ବଦଳାଇ ଆକ୍ଟିଭ ମୋଡକୁ ଆସିଛନ୍ତି ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଏବେ ଠୁ ହିଁ ବିଜେପିକୁ ଆଟାକ କଲେଣି ବରିଷ୍ଠ ନେତା । କିନ୍ତୁ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀଙ୍କ ଦେଖାଦର୍ଶନ ମିଳୁନି । ନା ଦଳୀୟ ବୈଠକରେ ନା ପ୍ରେସମିଟରେ । କୌଣସି ବିଜେଡି କାର‌୍ୟ୍ୟକ୍ରମରେ ତାଙ୍କର ଛାଇ ପଡୁନି । ଓଲଟା ସେ ଗଣମାଧ୍ୟମ ସାମ୍ନାକୁ ଆସି ଏକା ବିଜେଡି ସପକ୍ଷରେ ଯୁକ୍ତି ବାଢୁଛନ୍ତି । ଏବଂ ନିଜ ଅଞ୍ଚଳରେ ହିଁ ସୀମିତ ରହୁଛନ୍ତି । ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଛି । ଏବଂ ଦଳରେ ତାଙ୍କର ପ୍ରାଧାନ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅମରଙ୍କୁ ଟିକେଟ ନଦେଇ ବିଜେଡି ନିଜ ଅଭେଦ୍ୟ ଗଡ ବଡଚଣାକୁ ହରାଇ ପଶ୍ଚାତାପ କରୁଛି ନା ଅମରଙ୍କ ୁ ନବୀନ ଭୁଲିଯାଇଛନ୍ତି ତାକୁ ନେଇ ମଧ୍ୟ ନାନା କଳ୍ପନାଜଳ୍ପନା ଲାଗି ରହିଛି । କାରଣ ଚଳିତ ଥର ଅମର ଟିକେଟ ଆଶାୟୀ ନଥିଲେ ମଧ୍ୟ ସେ ବଡଚଣାରୁ ୬ ଥର ନିର୍ବାଚିତ ହୋଇଛନ୍ତି । ଏବଂ ସେଠାରେ ତାଙ୍କ ଦବଦବା ରହିଆସିଛି । କିନ୍ତୁ ନିର୍ବାଚନରେ ଅମରଙ୍କ ବଦଳରେ ବର୍ଷାଙ୍କୁ ଟିକେଟ ଦେବା ଏବେ ବିଜେଡିକୁ ଭାରି ପଡିଥିବା ସାଧାରଣରେ କୁହାଯାଉଛି । ଆଉ ଏହି କାରଣ ପାଇଁ ବିଜେଡି ଅମରଙ୍କ ଆଖିରେ ଆଖି ମିଶାଇ ପାରୁନଥିବା ଆଲୋଚନା ଚାଲିଛି । ତେବେ ଅମର ଏବେ ବି ବିଜେଡି ସପକ୍ଷରେ କହୁଥିବା ବେଳେ ସେ ଏବେ ବି ନବୀନଙ୍କୁ ସମ୍ମାନ ଜଣାଉଛନ୍ତି ସେଥିରେ ସନ୍ଦେହ ନାହିଁ । ତେବେ ଦେଖାଯାଉ କେବେ ଅମର ଶତପଥୀ ଦଳୀୟ କାଯ୍ୟକ୍ରମରେ ନଜର ଆସୁଛନ୍ତି ଏବଂ ନବୀନଙ୍କ ସହ ମିଶି ବିରୋଧୀଙ୍କୁ ଟାଗେଟ କରୁଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *