କାହିଁକି ନବୀନଙ୍କ ପାଖେ ପାଖେ ଧର୍ମେନ୍ଦ୍ର ?

କାହିଁକି ନବୀନଙ୍କ ପାଖେ ପାଖେ ଧର୍ମେନ୍ଦ୍ର ?

ରାଜନୀତିରେ ଘଡିକୁ ଘୋଡା ଛୁଟିଥାଏ । କେତେବେଳେ କେଉଁ ନେତା ପରସ୍ପରର ଶତ୍ରୁ ପାଲଟି ଯାଆନ୍ତି ତ ଆଉ କେତେବେଳେ ସେହି ଦୁଇ ନେତା ପରସ୍ପରର ମିତ୍ର ପାଲଟିଯାଆନ୍ତି ।  ରାଜନୀତିରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚିତ୍ର ଦେକିବାକୁ ମିଳିଥାଏ । ହଁ ଦର୍ଶକବନ୍ଧୁ ରାଜ୍ୟରେ ଦୀର୍ଘ 24 ବର୍ଷ ପରେ ଭାରତୀୟ ଜନତା ପାର୍ଟି ସରକାର ହେବା ପରେ ବିଜେଡି କ୍ଷମତାରୁ ହଟିଛି । ନବୀନ ପଟ୍ଟନାୟକ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଛନ୍ତି । ମୋହନ ମାଝୀ ପ୍ରଥମ ତର ପାଇଁ ବିଜେପିରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ ଆମେ ଯଦି ଚଳିତ ସାଧାରଣ ନିର୍ବାଚନ ଉପରେ ନଜର ପକାଇବା ବିଜେଡିକୁ ଯେଉଁଭଳି ଭାବେ ବିଜେପି ଶାଣିତ ଆକ୍ରମଣ କରୁଥିଲା ନିର୍ବାଚନ ପରେ ସେ ଚିତ୍ର ଏବେ ବଦଳିଯାଇଛି । ସାମ୍ନାକୁ ଆସୁଛି ରୋଚକ ଦୃଶ୍ୟ । ବିଜେପି ସରକାରର ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରିତ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନିଜ କଥା ରଖି ଶପଥ ସମାରୋହରେ ପହଞ୍ଚିଥିଲେ ଆଉ ତାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଠିକ ସେହିପରି ପୁରୀ ବଡଦାଣ୍ଡରେ ଦେକିବାକୁ ମିଳିଥିଲା ସେହିଭଳି ଏକ ଦୃଶ୍ୟ ରଥଯାତ୍ରା ଦେକିବା ପାଇଁ ନବୀନ ପହଞ୍ଚିଥିବା ବେଳେ ସେଠାରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ନବୀନ ବାବୁଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ଯାହାକୁ ନେଇ ରାଜ୍ୟ ସ୍ତରଠୁ ଯେ ଜାତୀୟ ସ୍ତର ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା ଲାଗି ରହିଛି ଯେ କାହିଁକି ଓ ନବୀନଙ୍କ ଏତେ ଖାସ ପାଲଟିଗଲେ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ବିରୋଧି ସାଜି ଯେଉଁ ନବୀନଙ୍କୁ କଟାକ୍ଷ କରୁଥିଲେ ଆଜି ତାଙ୍କ ପ୍ରତି ଏତେ ସମ୍ମାନ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଏହି ଦୃଶ୍ୟଟି ରାଜ୍ୟ ରାଜନୀତିକୁ ନବୀନ ଓ ଧର୍ମେନ୍ଦ୍ରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢାଇଛି ।

author

Related Articles

Leave a Reply

Your email address will not be published. Required fields are marked *