କାହିଁକି ପାରା ମାଧ୍ୟମରେ ପଠାଯାଏ ଚିଠି ?

କାହିଁକି ପାରା ମାଧ୍ୟମରେ ପଠାଯାଏ ଚିଠି ?

ସାଧାରଣତଃ ପୂର୍ବକାଳରେ କିଛି ସନ୍ଦେଶ ପଠାଇବାକୁ ହେଲେ ଲୋକମାନେ ପାରାର ବ୍ୟବହାର କରୁଥିଲେ । କିନ୍ତୁ ଆପଣମାନଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି ଖବର ପଠାଇବାର ମାଧ୍ୟମ ରୂପେ ପାରାକୁ କାହିଁକି ଚୟନ କରାଯାଏ । କାହିଁକିନା ପାରା ପାଖରେ ଏକ ବିଶେଷ ଗୁଣ ରହିଛି ଯାହା ଦ୍ୱାରା ପାରା ରାସ୍ତାକୁ ଭଲଭାବେ ମନେରଖିଥାଏ ଏବଂ ରାସ୍ତାକୁ କେବେ ଭୁଲି ନଥାଏ । ଯେତେ ଦୂର ବାଟ ଗଲେ ମଧ୍ୟ ସେମାନେ ନିଜ ବସାକୁ ଫେରିଥାନ୍ତି । ରାସ୍ତା ଖୋଜିବା ପାଇଁ ପାରା ମାନଙ୍କ ମଧ୍ୟରେ ଏକ ଚୁମ୍ବକୀୟ ଶକ୍ତି ରହିଛି ଯାହା ଦ୍ୱାରା ରାସ୍ତା ନିର୍ଣ୍ଣୟ କରିବାରେ ସକ୍ଷମ ହୁଅନ୍ତି । ଆହୁରି ମଧ୍ୟ ପାରାର ଆଖିର ରେଟିନାରେ କ୍ରିପଟୋକ୍ରୋମ ନାମକ ପ୍ରୋଟିନ ମିଳିଥାଏ ଯାହା ସେମାନଙ୍କୁ ରାସ୍ତା ଖୋଜିବାରେ ସାହାଯ୍ୟ କରିଥାଏ ।

author

Related Articles

Leave a Reply

Your email address will not be published. Required fields are marked *