ହଁ ଦର୍ଶକବନ୍ଧୁ ବିଜେଡିକୁ ପୁଣି ଏକ ମାଷ୍ଟରଷ୍ଟ୍ରୋକ ଦେଇଛି ବିଜେପି । ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ମମତାଙ୍କୁ ରାଜ୍ୟସଭା ପଠାଇଛି ଭାରତୀୟ ଜନତା ପାର୍ଟି । ବିଜେଡିରୁ ଇସ୍ତଫା ଦେଇ ମମତା ଏବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ତେବେ ଚର୍ଚ୍ଚା କାହିଁକି ମମତାଙ୍କୁ ରିପିଟ କଲା ବିଜେପି । ମମତାଙ୍କୁ ନେଇ କି ଗେମ ଖେଳିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ପୁଣିଥରେ ମମତା ରିପିଟ ହେବା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । ବିଜେଡିରେ ଅନେକ ଅସନ୍ତୁଷ୍ଟ ନେତା ରହିଛନ୍ତି ସେମାନଙ୍କ ପଥରେ ପଥିକ ହୋଇପାରନ୍ତି ବିଜେଡିର ଅନେକ ନେତା । ସେଇଥିପାଇଁ ମମତା ମହନ୍ତଙ୍କୁ ନେଇ ଏଭଳି କିଛି ରଣନୀତି ପ୍ରସ୍ତୁତ କରିଅଛି ଭାରତୀୟ ଜନତା ପାର୍ଟି । ନିଜ ଦଳରେ ମଧ୍ୟ ଦକ୍ଷ ନେତାଙ୍କର ଅଭାବ ନାହିଁ ତା ସତ୍ତ୍ୱେ ରାଜ୍ୟସଭା ପାଇଁ ମମତାଙ୍କୁ ପଠାଇଛି ଭାରତୀୟ ଜନତା ପାର୍ଟି । କ୍ଷମତାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି ନିଜର ଗଡକୁ ସୃଦୁଢ କରିବା ପାଇଁ ନୂଆ ନୂଆ ରଣନୀତି ପ୍ରସ୍ତୁତ କରୁଛି । ରାଜ୍ୟସଭାରେ ବିଜେପିର ସଂଖ୍ୟା ବଢିଥିବା ବେଳେ ବିଜେଡିର ସଂଖ୍ୟା ଏବେ କମିଛି । ତେବେ ବିଜେପି ତରଫରୁ ଗତକାଲି ତାଙ୍କ ନାମ ଘୋଷଣା ହୋଇସାରିଥିବା ପରେ ଆଜି ନାମାଙ୍କନ ଭରିବେ ମମତା ମହନ୍ତ । ପୂର୍ବତନ ସାଂସଦ ମମତା ମହନ୍ତଙ୍କ କାର୍ଯ୍ୟକାଳ 2026ରେ ସରୁଥିଲା କିନ୍ତୁ ତା ପୂର୍ବରୁ ତାଙ୍କ ଇସ୍ତଫା ବିଜେଡିକୁ ଦେଇଥିଲା ଶକ୍ତ ଝଟକା । ଆଉ ଏବେ ପୁଣି ବାକି ସମୟ ପାଇଁ ବିଜେପି ଟିକେଟରୁ ରାଜ୍ୟସଭାକୁ ଯିବେ ମମତା ମହନ୍ତ । ତେବେ ଟିକେଟ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଓଡିଶାବାସୀଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ମମତା ମହନ୍ତ ।
You can share this post!
author