କାହିଁକି ଭାଙ୍ଗିଥିଲା ଅନିଲ-ମାଧୁରୀଙ୍କ ଯୋଡି

କାହିଁକି ଭାଙ୍ଗିଥିଲା ଅନିଲ-ମାଧୁରୀଙ୍କ ଯୋଡି

ନବେ ଦଶକରେ ଅନିଲ କପୁର ଓ ମାଧୁରୀ ଦିକ୍ଷିତଙ୍କ ଯୋଡି ସୁପରଷ୍ଟାର ଯୋଡି ଭାବେ ପରିଗଣିତ ହେଉଥିଲା | ସେତେବେଳେ ଏହି ଯୋଡି ବହୁତ କମ ବଜେଟର ଫିଲ୍ମୀକୁ ବି ହିଟ କରାଇ ପାରୁଥିଲା | ବଲିଉଡକୁ ସେତେବେଳେ ଅନେକ ହିଟ ଫିଲ୍ମି ଦେଇଥିଲା ଏହି ସୁପରହିଟ ଯୋଡି | ଏହି ଫିଲ୍ମଗୁଡ଼ିକ ମଧ୍ୟରେ ‘ତେଜାଵ’, ‘ରାମଲଖନ’, ‘ବେଟା’ ଓ ‘ପୁକାର’ ଥିଲା | ମାଧୁରୀ ଓ ଅନିଲ ପ୍ରଥମ ଥର ପାଇଁ ‘ହିଫାଜତ’ରେ କାମ କରିଥିଲେ | ଏଦୁହେଁ ଏକାଠି କିଛି ଫିଲ୍ମିରେ କାମ କରିବା ପରେ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା | ତେବେ ଏହି ଯୋଡ଼ିଙ୍କ ପ୍ରେମ ପ୍ରସଙ୍ଗ, ଅନିଲଙ୍କ ବୈବାହିକ ଜୀବନ ଉପରେ ପ୍ରଭାବ ପକାଇଥିଲା | ଉଭୟ ସେମାନଙ୍କର ପ୍ରେମ ସମ୍ପର୍କକୁ ନେଇ ନୀରବତା ଅବଲମ୍ବନ କରିଥିଲେ ସୁଦ୍ଧା ହଠାତ ଏହି ଯୋଡିକୁ ଏକାଠି ଆଉ କୌଣସି ଫିଲ୍ମିରେ ଦେଖିବାକୁ ମିଳିନଥିଲା | ତେବେ ଏହି ଯୋଡି ଏକାଠି ପରଦା ଉପରେ କାମ ନ କରିବା ପଛରେ ଅନିଲଙ୍କ ପତ୍ନୀ ସୁନିତା କପୁରଙ୍କର ହାତଥିବା ସେତେବେଳେ ଅନେକ ଗଣମାଧ୍ୟମ ରିପୋର୍ଟର ପ୍ରକାଶ ପାଇଥିଲା |

ତେବେ ସେତେବେଳେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ମାଧୁରୀଙ୍କ ପୂର୍ବରୁ ଅନିଲଙ୍କ ନାମ ଶ୍ରୀଦେବୀ ଓ ଶିଳ୍ପା ଶିରୋଦକରଙ୍କ ସହ ଯୋଡ଼ା ଯାଇଥିଲା | ଅଲଗା ଅଲଗା ଅଭିନେତ୍ରୀଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ବିଷୟରେ ଜାଣି ସୁନିତା ବିଚଳିତ ହୋଇ ପଡିଥିଲେ | ଅନିଲ ଓ ମାଧୁରୀଙ୍କ ପ୍ରେମ ସମ୍ପର୍କ ବିଷୟରେ ଜୋରଦାର ଚର୍ଚ୍ଚା ହେବାରୁ ସୁନିତା ତାଙ୍କ ପିଲାମାନଙ୍କୁ ଧରି ଏକଦା ‘ପୁକାର’ର ସେଟରେ ପହଞ୍ଚି ଯାଇଥିଲେ | ଯଦିଓ ସେତେବେଳେ ସେ ସେଠାରେ ମାଧୁରୀ-ଅନିଲଙ୍କୁ କିଛି କହିନଥିଲେ, କିନ୍ତୁ ଏହି ପ୍ରେମୀ ଯୁଗଳଙ୍କୁ ବହୁତ କିଛି ବୁଝା ପଡିଯାଇଥିଲା | ଏହାପରେ ଉଭୟ ପରସ୍ପର ଠାରୁ ଦୂରେଇ ଯାଇଥିଲେ | ‘ପୁକାର’ ମାଧୁରୀ ଓ ଅନିଲଙ୍କ ଶେଷ ଫିଲ୍ମି ଥିଲା | ଏହି ଫିଲ୍ମି ୨୦୦୦ ମସିହାରେ ରିଲିଜ ହୋଇଥିଲା | ଏହାପରେ ଦୁହେଁ ଆଉ ଏକାଠି କାମ କରି ନଥିଲେ | ଅବଶ୍ୟ ୧୮ ବର୍ଷ ପରେ ପୁଣି ଠାରେ ଏହି ଯୋଡିଙ୍କୁ ‘ଟୋଟାଲ ଧମାଲ’ ଫିଲ୍ମିରେ ଦେଖିବାକୁ ମିଳିଥିଲା |

author

Related Articles

Leave a Reply

Your email address will not be published. Required fields are marked *