କାହିଁକି ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ ?

କାହିଁକି ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ ?

କିଏ ହେବ ମୁଖ୍ୟମନ୍ତ୍ରୀ । କେଉଁ ନେତାଙ୍କୁ ହାତକୁ ଯିବ ଓଡିଶାର ଶାସନ ଭାର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ବିଜେପିର ବିଧାୟକ ଦଳ ବୈଠକର ନିଷ୍ପତ୍ତି ଅନୁଯାୟୀ ମୋହନ ମାଝୀଙ୍କ ନାଁରେ ମୋହର ବାଜିଛି । ଓଡିଶାବାସୀଙ୍କ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟିର ଓଡିଶା ବାସୀଙ୍କୁ  ମୁଖ୍ୟମନ୍ତ୍ରୀ ଚେହେରା ଦେଇଛି । ପ୍ରଥମ ଥର ପାଇଁ ବିଜେପିସରକାର ଗଢିବାକୁ ଯାଉଥିବା ବେଳେ କେନ୍ଦ୍ରର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭୂପେନ୍ଦ୍ର ଯାଦବଙ୍କ ସହିତ ବିଧାୟକ ଦଳମାନଙ୍କର ବୈଠକ ବସି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲା । ତେବେ ଚର୍ଚ୍ଚା ହେଉଛି ଅନେକ ଚର୍ଚ୍ଚିତ ଓ ବଡ ବଡୁଆ ଚେହେରାଙ୍କୁ ପଛରେ ପକାଇ ବିଜେପି କାହିଁକି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିଲେ । ତେବେ ଚାଲନ୍ତୁ ଟିକିଏ ନଜର ପକାଇବା ମୋହନ ମାଝୀଙ୍କ ରାଜନୈତିକ କ୍ୟାରିୟର ଉପରେ । ମୋହନ ମାଝୀ ହେଉଛନ୍ତି ରାଜ୍ୟ ବିଜେପିର ଜଣେ ଟାଣୁଆ ଆଦିବାସୀ ନେତା । ପ୍ରଥମେ ଶିକ୍ଷକତାକୁ ନିଜର କ୍ୟାରିୟର ଆରମ୍ଭ କରିଥିବା ମୋହନ ମାଝୀ ପରବର୍ତ୍ତୀ ସମୟରେ ନିଜ ଗ୍ରାମ ରାଇକଳା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ମୋହନଙ୍କ ବିଜୟ ଯାତ୍ରା । ସରପଞ୍ଚ  ଭାବେ ନିଜ ପଞ୍ଚାୟତର ଦାୟିତ୍ୱ ନେବା ପରେ 2000 ମସିହାରୁ ବିଜେପି ଟିକେଟରେ  ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କେନ୍ଦୁଝର ଜିଲ୍ଲାରୁ ନିର୍ବାଚିତ ହୋଇ ଶାସନଭାର ଗ୍ରହଣ କରିଥିଲେ । ଏହାପରେ ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ସହ ଚାରି ଚାରି ଥର ବିଧାୟକ ଭାବେ ନିଯୁକ୍ତ ହୋଇଥିଲେ । ସେହିପରି ବିରୋଧି ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ମୋହନ ମାଝୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *