କାହିଁକି ମୁହଁ ଖୋଲୁନାହାନ୍ତି ନବୀନ ?

କାହିଁକି ମୁହଁ ଖୋଲୁନାହାନ୍ତି ନବୀନ ?

ନିର୍ବାଚନରେ ହାରିବା ପରେ ବିଜେଡିରେ ମୁଣ୍ଡ ଟେକୁଛି ବିଦ୍ରୋହ । ହେଲେ ସବୁ ଦେଖି ବି ଚୁପ୍ ବସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ନେଉଥିବା ବେଳେ ନବୀନଙ୍କ ଏପରି ସାଇଲେଣ୍ଟ ରହିବାକୁ ନେଇ ସାଧାରଣରେ ନାନା ଆଲୋଚନା ଚାଲିଛି । ଏପରିକି ନବୀନ ବାବୁ ଆଉ ପୂର୍ବପରି ସେତେଟା ସକ୍ରିୟ ଦିଶୁନଥିବା ମଧ୍ୟ କୁହାଯାଉଛି । ନିର୍ବାଚନରେ ହାରିବା ପରେ ନବୀନ ଘନ ଘନ ବୈଠକ କରି ଗଣମାଧ୍ୟମ ସାମ୍ନାକୁ ଆସୁଥିଲେ । ଦଳରେ କଣ ଚାଲିଛି କଣ ନାଇଁ ସେ ସବୁ ସମ୍ପର୍କରେ ଅଳ୍ପ ବହୁତ ସୂଚନା ଦେଉଥିଲୋ ଏବେ କିନ୍ତୁ ପୂରା ନିଦା ବିଷ୍ଣୁ ସାଜିଛନ୍ତି । ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କୁ ନେଇ ଯେଉଁ ସବୁ ଖବର ସାମ୍ନାକୁ ଆସୁଥିଲା ନିର୍ବାଚନ ପରେ ମଧ୍ୟ ସେଇ ସମାନ ଦୃଶ୍ୟ ନଜର ଆସୁଛି । ବରିଷ୍ଠ ନେତାଙ୍କୁ ଦାୟିତ୍ୱ ହସ୍ତାନ୍ତର କଲାପରେ ବି ସେଥିରେ ଅନେକ ନାଖୁସ ରହୁଛନ୍ତି । ସେ ରାଗରେ ଦଳୀୟ ନେତାଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛନ୍ତି । ଖାଲି ବିଜୁ ଜନତା ଦଳରେ ନୁହେଁ ଭୁବନେଶ୍ୱର ମହାନଗର ବିଜେଡିରେ ମଧ୍ୟ ବିଜେଡି କର୍ପୋରେଟରଙ୍କ ମଧ୍ୟରେ ଆଉ ପୂର୍ବ ପରି ବନ୍ଧୁତା ନାହିଁ । ନେତାଙ୍କ ଭଳି କର୍ପୋରେଟର ମାନେ ମଧ୍ୟ ଦୁଇଟି ଗୋଷ୍ଠୀରେ ପରିଣତ ହୋଇଥିବା ଖବର ସାମ୍ନାକୁ ଆସୁଛି । କିନ୍ତୁ ଏତେ ସବୁ ପରେ ବି ଦଳର ସଭାପତି ମୁହଁ ଖୋଲୁନାହାନ୍ତି । ସତେ ଯେପରି ଦଳକୁ କଣ୍ଟ୍ରୋଲ କରିବା ପାୱାର ଆଉ ତାଙ୍କ ପାଖେ ନାହିଁ । ଅନ୍ୟପଟେ ଏହି ଗୋଷ୍ଠୀ କନ୍ଦଳକୁ ନେଇ ଦଳର ବରିଷ୍ଠ ନେତାମାନେ ମେଳି କରି ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ବିଧାୟକ ପ୍ରତାପ ଦେବଙ୍କ ଘରେ ବିଜେଡି ନେତାମାନେ ଏକାଠି ହୋଇଥିଲେ । କିନ୍ତୁ ବୈଠକରେ କଣ ନିଷ୍ପତ୍ତି ହେଲା ସେନେଇ କିଛି ବି ସୂଚନା ମିଳିନି । ଅନ୍ୟପଟେ ଏହି କନ୍ଦଳ ପାଇଁ ବିଜେଡିର ଅନେକ ନେତା ଏବଂ କର୍ପୋରେଟର ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଆଶଙ୍କା ରହିଛି । ତେବେ ଦେଖାଯାଉ ଏସବୁ ଉପରେ ନବୀନଙ୍କ ଦୃଷ୍ଟି କେବେ ପଡୁଛି ଏବଂ ବିଜେଡିର ଭବିଷ୍ୟତ କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *