କାହିଁକି ଶଙ୍ଖଭବନ ଯାଉନାହାନ୍ତି ଶ୍ରୀମୟୀ ?

କାହିଁକି ଶଙ୍ଖଭବନ ଯାଉନାହାନ୍ତି ଶ୍ରୀମୟୀ ?

2024 ସାଧାରଣ ନିର୍ବାଚନରେ ବଡ ବଡ ରଥୀ ମହାରଥୀଙ୍କୁ ବଦଳରେ କେବଳ ଗୋଟିଏ ଚର୍ଚ୍ଚା ଲାଗି ରହିଥିଲା ସେ ହେଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ନିର୍ବାଚନ ପୂର୍ବରୁ କୁଆଡେ ଉଭେଇ ଗଲେ ଏବଂ ଦୀର୍ଘ ଦିନର ବ୍ୟବଧାନ ପରେ ଠିକ ଭୁବନେଶ୍ୱର ନିର୍ବାଚନ ଦିନ ସାମ୍ନାକୁ ଆସିଲେ । ବିଜେଜି ସରକାରରେ ଥିବା ବେଳେ ଶାସକ ଦଳକୁ ଘେରିବାରେ ଶ୍ରୀମୟୀଙ୍କର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଦଳ ପାଇଁ ଦୀର୍ଘ ବର୍ଷ କାମ କରିବା ସତ୍ତ୍ୱେ ତାଙ୍କୁ ଧୋକା ଦେଇଥିଲା ବିଜୁ ଜନତା ଦଳ । ଶ୍ରୀମୟୀଙ୍କୁ ଭୁବନେଶ୍ୱର ସାଂସଦ ଟିକେଟ ମିଳିବ ବୋଲି ସ୍ଥିର ହୋଇ ରହିଥିଲା କିନ୍ତୁ କ୍ଷଣିକରେ ଟିକେଟ ବିକ୍ରି ହୋଇଗଲା ବୋଲି ଚର୍ଚ୍ଚା ହେଲା ଏବଂ ଶେଷରେ ମନ୍ମଥଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ କରାଇଲା । ଏହାପରେ ରାଜନୀତିରୁ ଗାଏବ ହୋଇଗଲେ ଶ୍ରୀମୟୀ ଅପା । ଚର୍ଚ୍ଚା ହେଲା ରାଜନୀତିରୁ ସନ୍ନ୍ୟାସ ନେଇଗଲେ ଶ୍ରୀମୟୀ । ପୁଣି କୁହାଗଲା କି ସେ ବିଜେପିରେ ସାମିଲ ହୋଇପାରନ୍ତି । କିନ୍ତୁ ସବୁ ଚର୍ଚ୍ଚାକୁ ପଛରେ ପକାଇ ପୁଣିଥରେ ବ୍ୟାକ କଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ବ୍ୟାକ କଲେ ସତ କିନ୍ତୁ ରାଜନୀତିରେ ଆଉ ସକ୍ରିୟ ନୁହଁନ୍ତି । ଦଳୀୟ ନେତାଙ୍କ ସହିତ ନଜର ଆସୁଛନ୍ତି କନ୍ତୁ ଦଳରେ ସାମିଲ ହେଉଛନ୍ତି । ଭୋଟ ଦେଇ ବିଜେଡିକୁ ଟ୍ୟାଗ କରୁଛନ୍ତି, ନବୀନ ବାବୁଙ୍କ ଦୁଃଖରେ ଦୁଃଖୀ ହେଉଛନ୍ତି ହେଲେ କିନ୍ତୁ ଶଙ୍ଖଭବନ ଆସୁନାହାନ୍ତି ଶ୍ରୀମୟୀ ମିଶ୍ର । ଶ୍ରୀମୟୀଙ୍କୁ ସଙ୍ଖ ଭବନ ଫେରାଇ ଆଣିବା ପାଇଁ ବିଜେଡିର ସମସ୍ତ ପ୍ଲାନ ଫେଲ ମାରିଗଲା । ମାନଭଞ୍ଜନ କରିବା ପାଇଁ ନୂଆ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା କିନ୍ତୁ ସେ ସବୁକୁ ଖାତିର କଲେ ନାହିଁ ଶ୍ରୀମୟା ଅପା । ରାଜ୍ୟ ରାଜନୀତିରେ ଶ୍ରୀମୟୀ ଅପାଙ୍କ ଗତି କୁଆଡେ ବୁଝି ହେଉନଥିବା ବେଳେ ଆଗାମୀ ଦିନରେ ଦଳରେ ତାଙ୍କ ଭୂମିକା କଣ ରହିବ ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *