ଆମର ଟିକିଏ ଅସାବଧାନତା ଆମକୁ ବିପଦରେ ପକାଇପାରେ । ଆଜିକା ସମାଜରେ ଯେଉଁଭଳି ଭାବେ ସାଇବର ଠକେଇ ହେଉଛି ଟିକିଏ ଅସଚେତନତା ଯୋଗୁଁ ଲୋକେ ଏହି ଠକେଇର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ଉଦାହରଣ ଦେଖିବାକୁ ମିଳିଚି ବ୍ରହ୍ମପୁରରେ । ଓଏଲଏକ୍ସରେ ବିଜ୍ଞାପନ ଦେଇ ୩୦ ହଜାର ଟଙ୍କାର ଠକେଇର ଶୀକାର ହୋଇଛନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକ ସୁଜିତ ଦାସ । ଘର ଭଡା ଦେବା ପାଇଁ ଓଏଲଏକ୍ସରେ ବିଜ୍ଞାପନ ଦେଇଥିଲେ । ପରେ ତାଙ୍କର ଜଣେ ବ୍ୟକ୍ତିଙ୍କ ଭଡା ପାଇଁ ଡିଲ ହୋଇଥିଲା । ସେମାନେ ଘର ଭଡା ୧୨ ହଜାର ବଦଳରେ ଭୁଲରେ ୪୨ ହଜାର ପଠାଇଦେଇଛନ୍ତି ବୋଲି ଠକ କହିଥିଲା । ଏବଂ ବାକି ଟଙ୍କା ଫେରାଇ ଦେବାକୁ କହିଥିଲେ । ପରେ ସୁଜିତ୍ ୩୦ ହଜାର ଟଙ୍କା ଫେରାଇଦେଇଥିଲେ । କିନ୍ତୁ ତାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଆସିନଥିଲା । ପରେ ଦେଖିବାରୁ ତାଙ୍କ ଆକାଉଂଟରୁ ୩୦ ହଜାର କଟିଯାଇଛି ।
You can share this post!
author