କିଏ ଚଳାଇବ ଦିଲ୍ଲୀ ସରକାର ?

କିଏ ଚଳାଇବ ଦିଲ୍ଲୀ ସରକାର ?

ନିର୍ବାଚନକୁ ଆଉ ହାତ ଗଣତି ଦିନ କେଇଟା ବାକି ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ଏବେ ଦିଲ୍ଲୀ ରାଜନୀତିକୁ ଦୋହଲାଇ ଦେଇଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ୍ ପଠାଇବା ପରେ ଏବେ କଳେ ବଳେ କୌଶଳେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗୁରୁବାର ସନ୍ଧ୍ୟାରେ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରୁ ଇଡି ଗିରଫ କରିବା ପରେ ଏବେ ଆମ ଆଦମୀ ପାର୍ଟୀ ମଝି ନଇରେ ବୁଡିଯାଇଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ସେ ଗିରଫ ହେବା ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଏପଟେ କେଜ୍ରିୱାଲ ଗିରଫ ହେବା ପରେ ତାଙ୍କ ବଦଳରେ ଦିଲ୍ଲୀ ଦାୟିତ୍ୱ କିଏ ତୁଲାଇବା ନା ଜେଲରେ ଥାଇ ଅରବିନ୍ଦ ନିଜର ଶାସନ ଚଳାଇବେ ତାକୁ ନେଇ ଏବେ ରାଜନୀତିରେ ଆଲୋଚନା ଜୋର ଧରିଛି ।

author

Related Articles

Leave a Reply

Your email address will not be published. Required fields are marked *