କିଏ ଜିତିବ କେନ୍ଦ୍ରାପଡା ବାଜି ?

କିଏ ଜିତିବ କେନ୍ଦ୍ରାପଡା ବାଜି ?

ବିଜେଡିର ଗଡ ହେଉଛି କେନ୍ଦ୍ରାପଡା ଲୋକସଭା ଆସନ । ଦୀର୍ଘ ବର୍ଷ ହେଲା ଏଠାରେ ବାଜିମାତ କରୁଛି ବିଜୁ ଜନତା ଦଳ । ଏଥର ମଧ୍ୟ ବିଜୁ ଜନତା ଦଳ ପୁଣିଥରେ କେନ୍ଦ୍ରାପଡାରୁ ହ୍ୟାଟ୍ରିକ କରିବ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ଚାରୋଟି ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି ଏବଂ କେନ୍ଦ୍ରାପଡାରେ ମୁହାଁମୁହିଁ ହୋଇଛନ୍ତି ବିଜେପିର ପାୱାରଫୁଲ ନେତା ବୈଜୟନ୍ତ ପଣ୍ଡା ଓ ନୂଆ କରି ବିଜେଡିରେ ମିଶି ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି । ବିଜେଡି ନେତା ଅଂଶୁମାନ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ଏବଂ ତାଙ୍କ ଉପର ଭରସା କରି ବିଜେଡି ସୁପ୍ରିମୋ ତାଙ୍କୁ କେନ୍ଦ୍ରାପଡା ଲୋକସଭାରୁ ପ୍ରାର୍ଥୀ କରାଇଛନ୍ତି । ବିଜେପି ନେତା ବୈଜୟନ୍ତ ପଣ୍ଡା ପୂର୍ବଥର ଏଠାରୁ ପରାଜୟ ହୋଇଥିଲେ ଆଉ ଚଲିତ ଥର ବିଜୟର ସ୍ୱାଦ ଚାଖିବା ପାଇଁ ନିଜର ପ୍ରାଣପ୍ରଣେ ଚେଷ୍ଟା କରିଛନ୍ତି ବୈଜୟନ୍ତ । ନିଜର ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ପାଖରେ ପହଞ୍ଚି ସୁଖ ଦୁଃଖ ବୁଝୁଥିଲେ । ଅନ୍ୟପଟେ ଅଂଶୁମାନ ମଧ୍ୟ ପ୍ରଥମଥରରେ ବିଜୟର ସ୍ୱାଦ ଚାଖିବା ପାଇଁ ଚାହିଁ ବସିଛନ୍ତି । ଆସନ୍ତା ଜୁନ 4 ତାରିଖରେ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ବିଭିନ୍ନ ଜାତୀୟ ଗଣମାଧ୍ୟମର ଏକଜିଟ ପୋଲର ଚିତ୍ର ଏବେ ସାମ୍ନାକୁ ଆସୁଛି । ଏବଂ ବିଜେପି ଅଧିକରୁ ଅଧିକ ସିଟ ହାତଉଛି ବୋଲି ଚର୍ଚ୍ଚା ହେଉଛି । ତେବେ ରାଜ୍ୟର ଚଳିତ ଥର କଣ ସତରେ ପରିବର୍ତ୍ତନ ହେବାକୁ ଯାଉଛି ଯାହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ଉଙ୍କିମାରୁଛି । ତେବେ କେନ୍ଦ୍ରାପଡାରେ ଏହି ଦୁଇ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷାରେ କିଏ ବାଜି ମାରିବ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *