କିଏ ଜିତିବ ବେଗୁନିଆ ବାଜି ?

କିଏ ଜିତିବ ବେଗୁନିଆ ବାଜି ?

ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବେଗୁନିଆ,ବୋଲଗଡ ନିର୍ବାଚନ ମଣ୍ଡଳୀ । ଏହା ଏବେ ବିଜେଡି ଅକ୍ତିଆରରେ । ପୂର୍ବରୁ ଏଠାରେ କଂଗ୍ରେସ ନିଜର ଦବଦବାକୁ କାୟମ ରଖିଥିଲା  କିନ୍ତୁ 2014 ମସିହାରେ ଏହା ଚାଲିଯାଇଥିଲା ବିଜେଡି ଅକ୍ତିଆରକୁ । ପୁଣିଥରେ ବିଜୁ ଜନତା ଦଳ ନିଜର ଗଡକୁ ବଜାୟ ରଖିବା ପାଇଁ ଏଠାରେ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରାଇଛି । ପ୍ରଦୀପ ସାହୁ ଦୀର୍ଘ ବର୍ଷ ହେବ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ମଇଦାନକୁ ଓହ୍ଲାଉଥିଲେ ଏବଂ ପରାଜୟ ସ୍ୱୀକାର କରୁଥିଲେ । କିନ୍ତୁ ସେ ବିଜେଡିରେ ମିଶିବା ପରେ ପ୍ରଥମ ଥର ପାଇଁ ବିଜେଡି ଟିକେଟରେ ବେଗୁନିଆ ମଇଦାନକୁ ଓହ୍ଲାଇଛନ୍ତି । ପ୍ରଦୀପଙ୍କୁ ନେଇ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ବିଜେପିର ଗଣିତ ବିଗାଡିବା ପାଇଁ ବିଜୁ ଜନତା ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ପ୍ରତିଥର ନିର୍ବାଚନରେ ବିଜୁ ଜନତା ଦଳ ଏଠାରେ ପ୍ରାର୍ଥୀଙ୍କୁ ରିପିଟ ନ କରି ନୂଆ ନୂଆ ମୁହଁକୁ ସୁଯୋଗ ଦେଇଥାଏ । 24 ନିର୍ବାଚନରେ ମଧ୍ୟ ସେପରି କିଛି ହୋଇଛି ।

କଂଗ୍ରେସ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରଦୀପ ସାହୁଙ୍କୁ ଚାନସ ଦେଇଛି ଦଳ । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଏହି ଆସନରେ ଏକ ନୂଆ ମୁହଁ ଦେଇଛି ।  ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ପ୍ରାର୍ଥୀ କରାଇଛି ବିଜେପି । ବେଗୁନିଆରେ ପ୍ରଦୀପ ସାହୁଙ୍କର ବହୁତ ଭଲ ସଙ୍ଗଠନ ରହିଛି କାହିଁକିନା ସେ ଏଠାରେ ବହୁବାର ନିର୍ବାଚନ ଲଢିଛନ୍ତି । ଯାହା ତାଙ୍କୁ ଚଳିତ ନିର୍ବାଚନର ବୈତରଣୀ ପାର କରାଇବାରେ ସହଜ ହେବ । ପ୍ରକାଶ ରଣବିଜୁଳି ମଦ୍ୟ ନିଜର ଜନସମ୍ପର୍କ ବୃଦ୍ଧି କରାଇବା ପାଇଁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ସହ ଡୋର ଡୁ ଡୋର କ୍ୟାମ୍ପନିଙ୍ଗ କରୁଛନ୍ତି । ଦୁଇ ନେତା ଏଠାରେ ବିଜୟର ବାନା ଉଡାଇବା ପାଇଁ ପ୍ରଚାର ମଇଦାନରେ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ସାଧାରଣ ନିର୍ବାଚନରେ କିଏ ଜିତିବ ବେଗୁନିଆ ବାଜି । ପୁଣିଥରେ ଶଙ୍ଖନାଦ ହେବ ନା ପ୍ରଥମଥର ପାଇଁ ପଦ୍ମ ଫୁଟିବ ।

author

Related Articles

Leave a Reply

Your email address will not be published. Required fields are marked *