କିଏ ପିନ୍ଧିବ ଝାରସୁଗୁଡା ମୁକୁଟ ?

କିଏ ପିନ୍ଧିବ ଝାରସୁଗୁଡା ମୁକୁଟ ?

ଝାରସୁଗୁଡା:

କିଏ ପିନ୍ଧିବ ଝାରସୁଗୁଡା ବିଜୟ ମୁକୁଟ | କାହାକୁ ଭରସା କରିଛନ୍ତି ଭୋଟର | ବିଜେଡି ନା ବିଜେପି ନା କଂଗ୍ରେସ | କାହାକୁ ସପକ୍ଷରେ ଯିବା ଜନତାଙ୍କ ରାୟ | ଧକଧକ ହେଲାଣି ପ୍ରାର୍ଥୀଙ୍କ ଛାତି | ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ | ପ୍ରଥମେ ପୋଷ୍ଟାଲ ବାଲାଟ ଗଣିତ ହେବ | ସାଢେ ୮ଟାରୁ ଇଭିଏମ ଖୋଲି ଭୋଟ ଗଣିତ ଆରମ୍ଭ ହେବ | ଇଭିଏମ ଗଣିତ ଲାଗି ୧୪ଟି କାଉଣ୍ଟିଂ ଟେବୁଲ ବ୍ୟବସ୍ତା ହୋଇଛି | ଆଉ ଗୋଟିଏ କାଉଣ୍ଟିଂ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ | ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣିତ ହେବ | ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ | ପ୍ରତ୍ୟକ ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ ସହାୟକ ରହିବେ | ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ |

ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ | ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଣ୍ଟିଂ ସେଣ୍ଟରରେ ଉପସ୍ଥିତ ରହିପାରିବେ | ରାଉଣ୍ଡୱାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି | www.result.eci.gov.in କୁ ଲଗ ଇନ କରି ରାଉଣ୍ଡୱାରୀ ଫଳାଫଳ ଜାଣିହେବ | ଭୋଟ ଗଣିତ କେନ୍ଦ୍ରରେ ଟ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡିଶା ପୋଲିସ ନିୟୋଜିତ ହୋଇଛନ୍ତି | ଗୋଟିଏ ପ୍ଲାଟୁନ CRPF ଯବାନଙ୍କ ସହ OSAPର ୬ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି | ଏହାସହ ୫ ପ୍ଲାଟୁନ ରିଜର୍ଭ ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି | ଝାରସୁଗୁଡା ମୈଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ | ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ଉପରେ ସଭିଁଙ୍କ ନଜର ରହିଛି |

author

Related Articles

Leave a Reply

Your email address will not be published. Required fields are marked *