କିଏ ପ୍ରଥମ ମହିଳା ବାଚସ୍ପତି ? ପ୍ରମିଳା ମଲ୍ଲିକ ନା ସରଳା ଦେବୀ?

କିଏ ପ୍ରଥମ ମହିଳା ବାଚସ୍ପତି ? ପ୍ରମିଳା ମଲ୍ଲିକ ନା ସରଳା ଦେବୀ?

ଗତ କିଛି ଦିନ ତଳେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରମିଳାଙ୍କୁ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି କୁହାଯାଉଛି । ଅନେକ ଲୋକ ସରଳା ଦେବୀଙ୍କୁ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି କହୁଛନ୍ତି । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ ରାଜ୍ୟର ପ୍ରଥମ ବାଚସ୍ପତି ? ପ୍ରମିଳା ମଲ୍ଲିକ ନା ସରଳା ଦେବୀ? ତେବେ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ୧୯୩୬ମସିହାରେ ସ୍ୱତନ୍ତ୍ର ଓଡିଶା ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଥିଲେ ସରଳା ଦେବୀ । ମାତ୍ର ଦେଶ ସ୍ୱାଧିନ ହେବାର ପ୍ରଥମ ମହିଳା ବାଚସ୍ପତି ହେଉଛନ୍ତି ପ୍ରମିଳା ମଲ୍ଲିକ । ୧୯୩୬କୁ ଦେଖିଲେ ଶ୍ରୀମତୀ ମଲ୍ଲିକ ରାଜ୍ୟର ଦ୍ୱିତୀୟ ମହିଳା ବାଚସ୍ପତି । ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ରାଜ୍ୟରେ ଅନେକ ଯୋଗ୍ୟ ମହିଳା ବିଧାୟିକା ଅଛନ୍ତି କିନ୍ତୁ ଶାସକ ଦଳ ପ୍ରମିଳା ମଲ୍ଲିକଙ୍କ ଭଳି ଦୁର୍ନୀତି ଅଭିଯୁକ୍ତଙ୍କୁ କଣ ପାଇଁ ଚୟନ କଲା ? ତାଙ୍କ ନାଁରେ ଡାଲି ଦୁର୍ନୀତି, ଶିଶୁ ଓ ମହିଳା ବିରୋଧି ଦୁର୍ନୀତି ଅଛି । ଯେଉଁ ଆସନରେ ପଣ୍ଡିତ ନୀଳକଣ୍ଠଙ୍କ ପରି ଲୋକ ବସୁଥିଲେ ଆଚି ସେଠାରେ ଜଣେ ଭିଜିଲାନ୍ସ ଦୁର୍ନୀତି ଅଭିଯୁକ୍ତ ବସିବା ଠିକ ନୁହେଁ ।

author

Related Articles

Leave a Reply

Your email address will not be published. Required fields are marked *