ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ ପାଞ୍ଚ ମାସ ପୂରିବାକୁ ଯାଉଛି । ସଦସ୍ୟତା ଅଭିଯାନ ଆରମ୍ଭ କରି ନିଜର ଦଳକୁ ସୃଦୁଢ କରିବାରେ ଲାଗିଛି ଭାରତୀୟ ଜନତା ପାର୍ଟି । କିନ୍ତୁ ଶାସକ ଦଳରେ କୁହୁଳିବାରେ ଲାଗିଛି ଅସନ୍ତୋଷର ନିଆଁ । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ହଜମ କରିପାରୁନାହାନ୍ତି ଦଳୀୟ ନେତା । ଆୟୋଜିତ ହେଉଛି ସଭା ପୂର୍ବର ସରକାରକୁ ଟାର୍ଗେଟ କରୁଛନ୍ତି ମୋହନ ସରକାର । ହଁ ଦର୍ଶକବନ୍ଧୁ ପ୍ରତ୍ୟେକ ସଭାରେ ମୋହନ ମାଝୀ ନାଁ ନନେଇ ନବୀନ ପଟ୍ଟନାୟକ ଓ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ କଟାକ୍ଷ କରୁଛନ୍ତି । ନିକଟରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ମୋହନଙ୍କ ଡାଇଲଗ ଏବେ ତାଙ୍କୁ ଚର୍ଚ୍ଚାକୁ ଟାଣିଛି । ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିବା ମୋହନ ମାଝୀ ସଭା ମଞ୍ଚରେ ଯେଉଁ ବିବୃତ୍ତି ଦେଇଛନ୍ତି ତାହା ତାଙ୍କୁ ଏବେ ସମାଲୋଚନା ଘେରକୁ ଟାଣିଛି । ଶୁଣିଲେ ତ ଆଜ୍ଞା ମୋହନ ମାଝୀ କଣ କହିଲେ । ତାଙ୍କ ମୁହଁରୁ ବାହୁରିଥିବା କଥାକୁ ହେୟ ଜ୍ଞାନ କରିବା ଉଚିତ ନୁହେଁ । ଯେଉଁମାନେ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ କାହାକୁ କୌଣସି ପରିସ୍ଥିତିରେ ଛଡାଯିବ ନାହିଁ । ବାକି ଥିବା ଫିଲ୍ମ ମୋହନ ତାଙ୍କୁ ଦେଖାଇବେ । ତେବେ ପ୍ରତିଟି ସଭା ମଞ୍ଚରେ ମୋହନଙ୍କ ଏପରି ଭାଷଣ ଏବେ ସାଧାରଣ ହୋଇଗଲାଣି ନିଜର ପ୍ରଚାର କରିବା ଓ ପୂର୍ବର ସରକାରଙ୍କ ଦୁର୍ନିତିର ପୋଲ ଖୋଲିବା । ପ୍ରତିଟି ଭାଷଣରେ ମୋହନ ସରକାରଙ୍କ ବିଜେଡିକୁ କଟାକ୍ଷ କରିବାକୁ ନେଇ ପ୍ରଶ୍ନ ଉଠୁଛି କିଏ ଲେଖୁଛି ମୋହନଙ୍କ ସ୍କ୍ରିପ୍ଟ । କାହା ଇସାରାରେ ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ କରୁଛନ୍ତି ମୋହନ । ତେବେ ଦେଖିବାକୁ ଅପେକ୍ଷା ସଭା ମଞ୍ଚରେ ଫିଲ୍ମ ଡାଇଲଗ ମାରୁଥିବା ମୋହନ କେବେ ସେହି ଟ୍ରେଲରକୁ ଫିଲ୍ମରେ ପରିଣତ କରୁଛନ୍ତି ।
You can share this post!
author