କିଏ ସେ ମହିଷାସୁର ?

କିଏ ସେ ମହିଷାସୁର ?

ଚାଲିଛି ପାର୍ବଣର ଋତୁ । ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ ମହିଷାମର୍ଦ୍ଧିନୀ । ଯୁଗେ ଯୁଗେ ପାପର ବିନାଶ କରି ଧର୍ମ ସ୍ଥାପନ କରିଥାନ୍ତି ମାଆ । ମହିଷାସୁରକୁ ବଦ୍ଧ କରି ପୃଥବୀରେ ଶାନ୍ତି ସ୍ଥାପନା କରିଥିଲେ ମାଆ ଦୁର୍ଗା । ଆମେ ସମସ୍ତେ ଜାଣିଛେ ଯେ ଦେବୀ ଦୁର୍ଗା ଓ ମହିଷାସୁର ମଧ୍ୟରେ 9 ଦିନ ଯାଏଁ ଏକ ଭୟାନକ ଯୁଦ୍ଧ ହୋଇଥିଲା ଏବଂ ବିଜୟା ଦଶମୀ ଦିନରେ ମାଆ ଦୁର୍ଗା ମହିଷାସୁରର ବଧ କରିଥିଲେ । ତେବେ ଚାଲନ୍ତୁ ଆଜି ଆମେ ଜାଣିବା ମହିଷାସୁର କିଏ ଏବଂ କିପରି ହୋଇଥିଲା ତାର ଜନ୍ମ ।
ପ୍ରଜାପତି ଦକ୍ଷଙ୍କର ବହୁତ ଜଣ କନ୍ୟା ଥିଲେ ସେମାନଙ୍କ ମଧ୍ୟରୁ 13 ଜଣ କନ୍ୟାଙ୍କ ବିବାହ ମହର୍ଷି କଶ୍ୟପଙ୍କ ସହିତ ହୋଇଥିଲା । ସେହି 13 ଜଣଙ୍କ ମଧ୍ୟରୁ ଦୁହିଁଙ୍କ ପୁତ୍ର ଥିଲେ ରମ୍ଭା ଓ କରମ୍ଭା ଦୁହେଁ ଦାନବ ଅଟନ୍ତି । ତେବେ ବହୁ ବର୍ଷ ବିତିଯିବା ପରେ ଦୁଇ ଭାଇଙ୍କୁ ଯେତେବେଳେ କୌଣସି ସନ୍ତାନ ପ୍ରାପ୍ତ ହେଲା ନାହିଁ ସେତେବେଳେ ସେ ଦୁହେଁ ଅଗ୍ନି ଦେବଙ୍କ ତପସ୍ୟା କରିବେ ବୋଲି ସ୍ଥିର କଲେ । ରମ୍ଭା ଓ କରମ୍ଭା ଦୁହେଁ ସଂକଳ୍ପ କଲେ କି ସେ 1ହଜାର ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିବେ । ଦୁଇ ଭାଇ ଜଳ ଭିତରେ ତପସ୍ୟାରେ ଲୀନ ହୋଇଗଲେ । କିଛି ସମୟ ପରେ ଇନ୍ଦ୍ରଦେବ ଏକ କୁମ୍ଭୀରର ରୂପ ଧାରଣ କରି କରମ୍ଭାକୁ ମାରିଦେଲେ କାହିଁକିନା ଇନ୍ଦ୍ରଦେବଙ୍କର ଡର ଥିଲା ଯେ ଦୁଇ ଅସୁର ଭାଇ ତପସ୍ୟାରେ ସଫଳ ହେବା ପରେ ସ୍ୱର୍ଗଲୋକ ଉପରେ ଆକ୍ରମଣ କରିବେ । କରମ୍ଭାର ମୃତ୍ୟୁର ଆଭାସ ରମ୍ଭାକୁ ହୋଇସାରିଥିଲା । ଦୀର୍ଘ ହଜାର ବର୍ଷର ତପସ୍ୟା ପରେ ଅଗ୍ନି ଦେବ ଆସି ରମ୍ଭାକୁ ବରଦାନ ମାଗିବାକୁ କହିଲେ ରମ୍ଭା ବରଦାନରେ ଏକ ଏମିତି ବଳଶାଳୀ ପୁତ୍ର କାମନା କଲେ ଯେ ଇନ୍ଦ୍ରର ବଧ କରିପାରିବ । ସେତେବେଳେ ଅଗ୍ନିଦେବ ରମ୍ଭାର ଚାରିପାଖରେ ଏକ ନିଆଁ ର ଚକ୍ର ବନାଇଦେଇ କହିଲେ ଯେଉଁ ସ୍ତ୍ରୀ ପ୍ରଥମେ ଏହି ଚକ୍ରରେ ପ୍ରବେଶ କରିବେ ସେ ସେହି ଶକ୍ତିଶାଳୀ ପୁତ୍ରର ମାଆ ହେବ । ଏହାକୁ ଶୁଣି ରମ୍ଭା ବହୁତ ଜୋରରେ ହୁଙ୍କାର ଛାଡିଲା ଏବଂ ସେହି ଭୟରେ ସମସ୍ତ ଡରି ପଳାଇଗଲେ କିନ୍ତୁ ଏକ ମଇଁଷି ସେହି ନିଆଁ ଚକ୍ରରେ ପ୍ରବେଶ କରିଗଲା । ସେହି ମଇଁଷି ଠାରୁ ହିଁ ମହିଷାସୁର ନାମକ ବଳଶାଳୀ ଅସୁର ଜାତ ହେଲା ଯେ କି ଅଧା ମନୁଷ୍ୟ ଓ ଅଧା ମଇଁଷି ଥିଲା । ଏହିପାରି ଭାବେ ମହିଷାସୁରର ଜନ୍ମ ହୋଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *