କିପରି ଦଳକୁ କରିବେ ଆୟତ୍ତ…ଚିନ୍ତାରେ ନବୀନ ଓ ବବି !

କିପରି ଦଳକୁ କରିବେ ଆୟତ୍ତ…ଚିନ୍ତାରେ ନବୀନ ଓ ବବି !

ବିଜେଡିକୁ ଘାରିଲାଣି ଘର ସଜାଡିବା ଚିନ୍ତା । ଭାରତୀୟ ଜନତା ପାର୍ଟି ଜାଲରେ ପଡୁଛନ୍ତି ବିଜେଡିର ଗୋଟିଏ ପରେ ଗୋଟିଏ ପୁରୁଖା ନେତା । ବିଧାୟକ ନୁହେଁ କି କୌଣସି ଦଳୀୟ ନେତା ନୁହେଁ ସିଧାସଳଖ ରାଜ୍ୟସଭା ସାଂସଦଙ୍କ ଉପରେ ନଜର ରଖି ମମତା ମହନ୍ତଙ୍କୁ ନିଜ ଆଡକୁ କରିଦେଲା ଭାରତୀୟ ଜନତା ପାର୍ଟି । ହଁ ଆଜ୍ଞା ଦଳକୁ ସଜାଡିବା ପାଇଁ ଯେତିକି ଯେତିକି ନୂଆ ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ସେତିକି ସୃଦୁଢ ହେବା ବଦଳରେ ଭିତରେ ଭିତରେ ଭାଙ୍ଗିବାରେ ଲାଗିଛି । ବିଜେଡିର ସଂଖ୍ୟା ଲୋକସଭାରେ ଶୂନ ହୋଇଥିବା ବେଳେ ରାଜ୍ୟସଭାରେ ବିଜେଡିର ସଂଖ୍ୟାକୁ କମାଇବା ପାଇଁ ଚକ୍ରାନ୍ତ କରୁଛନ୍ତି ବିଜେପି ନେତା । ମମତାଙ୍କ ବିଜେଡିରୁ ଇସ୍ତଫା ଓ ବିଜେପିରେ ଯୋଗଦାନ ପରେ ଶଙ୍ଖ ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୟୂରଭଞ୍ଜର ସମସ୍ତ ବିଧାୟକ,ପୂର୍ବତନ ମନ୍ତ୍ରୀ ଓ ଜିଲ୍ଲା ପରିଷଦ ସମସ୍ତ ନେତାଙ୍କୁ ଶଙ୍ଖ ଭବନ ଡକାଇଛନ୍ତି ବିଜେଡି ସୁପ୍ରିମୋ । ଦଳର ଶୀର୍ଷ ନେତୃତ୍ୱଙ୍କ ସହିତ ବୈଠକ ଚାଲିଛି । ଘର ସଜାଡିବା ପାଇଁ ଏବଂ ନିଜର ଦଳୀୟ ନେତା କିପରି ଏକ ମନ ଏକ ପ୍ରାଣ ନେଇ ଦଳ ପାଇଁ କାର୍ଯ୍ୟ କରିବେ ସେ ନେଇ ବୈଠକରେ ଆଲୋଚନା ହୋଇଛି । ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିବା ବିଜେଡି କିପରି ଶାସକ ଦଳକୁ ଘେରିବ ସେ ନେଇ ବୈଠକ କରିବା ବଦଳରେ ଏବେ ନିଜ ଦଳର ସଙ୍ଗଠନକୁ ମଜଭୁତ କରାଇବା ପାଇଁ ସାଙ୍ଗଠନିକ ସଂପାଦକ ପଦବୀ ପ୍ରଣବ ପ୍ରକାଶ ଦାସ ବିଜେଡି ନେତାଙ୍କୁ ଟ୍ୟୁସନ କରୁଛନ୍ତି । ଅନ୍ୟପଟେ ବିଜେଡିର ଅନେକ ବିଧାୟକ ବିଜେପିର ଲିଙ୍କରେ ରହିଥିବା କଥା ଚର୍ଚ୍ଚା ହେଉଛି ତେବେ ଏଭଳି କ୍ଷେତ୍ରରେ ନିଜ ଦଳକୁ ସଜାଡିବାରେ ବବି କେଉଁ ନିଷ୍ପତ୍ତି ନେବେ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *