କିପରି ନିର୍ବାଚନ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ ?

କିପରି ନିର୍ବାଚନ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ ?

ଓଡିଶା ରାଜନୀତିରେ ବାହୁବଳୀ ନେତାଙ୍କ କଥା ଉଠିଲେ ସର୍ବଦା ଜଣଙ୍କ ନାମ ସାମ୍ନାକୁ ଆସେ । ସେ ହେଲେ ବର୍ତ୍ତମାନର ବିଜେପି ନେତା ତଥା ଖୋର୍ଦ୍ଦା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଭିନ୍ନ ଭିନ୍ନ ମୋଡ ଆସିଥାଏ । କେତେବେଳେ ଦଳୀୟ କର୍ମୀଙ୍କ ଉପରେ ଗାଡି ଚଢାଇ ଦିଅନ୍ତି ତ ଆଉ କେତେବେଳେ ହଟହଟା ହୋଇ ଲୋକଙ୍କ ଠାରୁ ମାଡ ଖାଇଥାନ୍ତି । କିନ୍ତୁ 2014ରୁ ଲଗାତାର ଭାବେ ପ୍ରଶାନ୍ତ ଜଗଦ୍ଦେବ ନିର୍ବାଚନ ଲଢୁଛନ୍ତି ଏବଂ ଜିତୁଛନ୍ତି । ତେବେ ଚର୍ଚ୍ଚା ଗୁଣ୍ଡାରାଜର ସୀମା ପାର କରିଥିବା ସତ୍ତ୍ୱେ କାହିଁକି ପ୍ରଶାନ୍ତଙ୍କୁ ଭଲ ପାଉଛନ୍ତି ସାଧାରଣ ଜନତା । ପ୍ରଶାନ୍ତଙ୍କ ନାଁରେ ଅତ୍ୟଧିକ କେସ ରହିଥିବା ସତ୍ତ୍ୱେ ଚଳିତ ନିର୍ବାଚନରେ ତାଙ୍କର ବିଜୟ ସମସ୍ତଙ୍କୁ ଚକିତ କରିଦେଇଛି । ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ ପ୍ରଥମେ ବିଜେଡିରେ ଥିଲେ ଏବଂ ଶଙ୍ଖ ଟିକେଟରୁ ନିର୍ବାଚନ ଲଢି ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି କିନ୍ତୁ ନିଜର ଏହି ଗୁଣ୍ଡାଗର୍ଦ୍ଦି ଅନ୍ଦାଜ ପାଇଁ ହଟହଟା ହୋଇ ବିଜେଡିରୁ ବହିଷ୍କୃତ ହେଲେ । ବିଜେଡିରୁ ବାହାରିବା ପରେ ବିଜେପି ତାଙ୍କୁ କୋଳେଇ ନେଇଥିଲା ଏବଂ ଚଳିତ ସାଧାରଣ ନିର୍ବାଚନରେ ଟିକେଟ ମଧ୍ୟ ଦେଇଥିଲା । ଏତେ ହଟହଟା ହେବା ସତ୍ତ୍ୱେ ମଧ୍ୟ କମିନଥିଲା ପ୍ରଶାନ୍ତଙ୍କ ଲୋକପ୍ରିୟତା ନିଜର ପାୱାର ଓ ପରିଶ୍ରମରେ ସେ ଚଳିତ ନିର୍ବାଚନରେ ଜିତିଲେ ଏବଂ ଖୋର୍ଦ୍ଦାରୁ ବିଧାୟକ ହେଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବାହୁବଳୀ ହେଲେ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କର କ୍ରେଜ କିଛି ଅଲଗା । ନିର୍ବାଚନରେ ତାଙ୍କୁ ହରାଇବା ପାଇଁ ବିଜୁ ଜନତା ଦଳ ଇଭିଏମ ଭଙ୍ଗାରୁଜା ଘଟଣା ନେଇ ତାଙ୍କୁ ଜେଲ ପଠାଇଲା ହେଲେ ଶେଷରେ ବିଜେଡିର ଏହି ଚକ୍ରବ୍ୟହକୁ ଭେଦ କରି ବିଜୟର ମୁକୁଟ ପିନ୍ଧିଲେ ।

author

Related Articles

Leave a Reply

Your email address will not be published. Required fields are marked *