କିପରି ହୋଇଥିଲା ତାଜମହଲର ନିର୍ମାଣ ?

କିପରି ହୋଇଥିଲା ତାଜମହଲର ନିର୍ମାଣ ?

ସମଗ୍ର ବିଶ୍ୱରେ ସୌନ୍ଦର୍ଯ୍ୟର ଏକ ଅନନ୍ୟତମ ଉଦାହରଣ କହିଲେ ଚଳେ ତାଜମହଲ । ରାଜଧାନୀ ଦିଲ୍ଲୀର ଆଗ୍ରାଠାରେ ମୋଗଲ କାରିଗରୀ ମାନଙ୍କ ଦ୍ୱାରା ନିର୍ମିତ ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ହେଉଛି ତାଜମହଲ । ମୋଗଲ ସମ୍ରାଟ ଶାହାଜାହାନ ତାଙ୍କ ପତ୍ନୀ ମୁମତାଜଙ୍କ ସ୍ମୃତିରେ ଏହାକୁ ନିର୍ମାଣ କରିଥିଲେ । ଶାହାଜାହାନ ଓ ମୁମତାଜଙ୍କ ପ୍ରେମର ମୁକସାଖୀ ଅଟେ । ତେବେ ଚାଲନ୍ତୁ ଜାଣିବା ତାଜମହଲ ନିର୍ମାଣର ରହସ୍ୟ ।

ଏହି ବିଶାଳ, ସୌନ୍ଦର୍ଯ୍ୟମୟୀ ମହଲ 400 ବର୍ଷ ପୂର୍ବେ 20ହଜାର କାରିଗରୀ ମାନେ ଦୀର୍ଘ 22 ବର୍ଷ ପର୍ଯ୍ୟନ୍ତ ଦ୍ୱାରା ନିଜର ସବୁ ପରିଶ୍ରମକୁଏକାଠି କରି ଏହାକୁ ବନାଇଥିଲେ । ଏହାର ଖର୍ଚ୍ଚ ଉପରେ ଆମେ ଯଦି ନଜର ପକାଇବା ତେବେ 1 ବିଲିୟନ ଡଲାର ଯାହାକି ଭାରତୀୟ ମୁଦ୍ରାରେ ସାଢେ ସାତ ହଜାର କୋଟି ଅଟେ । ଏଥିରେ ମୋଗଲ କାରିଗରୀମାନେ ନିଜ କାରୁକାର୍ଯ୍ୟର ଚିହ୍ନ ଛାଡିଯାଇଛନ୍ତି ଯାହା ବର୍ତ୍ତମାନର ଇଞ୍ଜିନିୟରମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

ମୁମତାଜଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ ଯମୁନା ନଦୀ କୂଳରେ କବର ଦିଆଯାଇଥିଲା ତେଣୁ ଶାହାଜାହାନ ନିଷ୍ପତି ନେଇଥିଲେ ଯେ ସେଠାରେ ହିଁ ମୁମତାଜଙ୍କ ସ୍ମୃତିରେ ତାଜମହଲ ନିର୍ମାଣ ହେବ । କିନ୍ତୁ ଏହି ଆଲିସାନ ବଙ୍ଗଳାକୁ ନିର୍ମାଣ କରିବା ସହଜ ନଥିଲା । କାରଣ ଯମୁନା ନଦୀ କୂଳରେ ମାଟି ବହୁତ କୋମଳ ହୋଇଥାଏ ତେଣୁ ଏଠାରେ ମହଲ ନିର୍ମାଣ କରିବା କଷ୍ଟକର ଥିଲା ତଥାପି ହାର ମାନିନଥିଲେ ମୋଗଲ କାରିଗରୀ । ଏହି ସମ୍ୟାରୁ ମୁକ୍ତି ପାଇବା ପାଇଁ କାରିଗରୀ ମାନେ ବହୁତ ଗୁଡାଏ କୂଅ ଖୋଳିଲେ ଏବଂ କୂଅକୁ ପଥର ଦ୍ୱାରା ପୋତାଗଲା ଏବଂ ତା ଉପରେ ପଥରର ବଡ ବଡ ଖମ୍ବ ନିର୍ମାଣ ହେଲା । ଏକ ମଜଭୁତ ମୂଳଦୁଆ ପଡି ସାରିବା ପରେ ଏବେ ସମୟ ଆସିଥିଲା କିପରି ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ବଙ୍ଗଳା ସୃଷ୍ଟି ହେବ । ଏବଂ ଶେଷରେ 20 ହଜାର କାରିଗରଙ୍କ ପରିଶ୍ରମଦ୍ୱାରା ତାଜମହଲ ଛିଡା ହୋଇଥିଲା । କୁହାଯାଏ ଯେ ତାଜମହଲର ନିର୍ମାଣ ପାଇଁ ଆବଶ୍ୟକ ମାର୍ବଲ ରାଜସ୍ଥାନରୁ ଆଗ୍ରା ପର୍ଯ୍ୟନ୍ତ ଏକ ହଜାର ହାତୀଙ୍କ ଦ୍ୱାରା ଅଣାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *