କୁଆଡେ ଗଲେ ବିଜେପି ନେତା ଅନୁଭବ ମହାନ୍ତି ?

କୁଆଡେ ଗଲେ ବିଜେପି ନେତା ଅନୁଭବ ମହାନ୍ତି ?

କୁଆଡେ ଗଲେ ଅଭିନେତାରୁ ନେତା ହୋଇଥିବା ଅନୁଭବ ମହାନ୍ତି । ବିଜେଡିରେ ଉପଯୁକ୍ତ ସମ୍ମାନ ନ ମିଳିବା କାରଣ ଦର୍ଶାଇ ପଦ୍ମ ପୋଖରୀକୁ ଡିଆଁ ମାରିଥିବା ଅନୁଭବଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ହଁ ଆଜ୍ଞା ଏକଦା ବିଜେଡି ପାଇଁ ସୁନାମୁଣ୍ଡା ସାଜିଥିବା ଅନୁଭବ ମହାନ୍ତି ଏବେ ବିଜେପି ପାଇଁ ଅଲୋଡା ହୋଇଯାଇଛନ୍ତି । ନା ଦଳୀୟ କାର୍ଯ୍ୟକ୍ରମରେ ନଜର ଆସୁଛନ୍ତି ନା ବିଜେପିର କୌଣସି ନେତାଙ୍କ ସହ ଦେଖାଯାଉଛନ୍ତି । ବିଜେଡିରେ ମିଶିବା ପରେ ପ୍ରଥମେ ରାଜ୍ୟସଭା ଟିକେଟ ଏହାପରେ ପରେ କେନ୍ଦ୍ରାପଡାରୁ ସାଂସଦ ଟିକେଟ ପାଇଥିଲେ ଅନୁଭବ । କିନ୍ତୁ ଚଳିତ ଥର ବିଜେଡିରୁ ଇସ୍ତଫା ଦେଇ ଦିଲ୍ଲୀଠାରେ ବିଜେପିରେ ସାମିଲ ହୋଇଥିଲେ । ବିଜେପି ପ୍ରଚାରରେ ଯୋଗ ଦେଲେ ମୋହନ ସରକାର ଗଢିବାରେ ଅଂଶୀଦାର ହେଲେ । କିନ୍ତୁ ବିଜେପିରୁ ଲିଭିଗଲାଣି ଅନୁଭବଙ୍କ ପରିଚୟ । ବିଜେଡିରୁ ଏତେ କିଛି ପାଇଥିବା ଅନୁଭବ ଭାରତୀୟ ଜନତା ପାର୍ଟିକୁ ଯାଇ ପାଇଲେ କଣ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି । ଯେଉଁ ଆଶା ନେଇ ବିଜେପିରେ ସାମିଲ ହୋଇଥିଲେ ତାହା ପୂରଣ ହେଲା ନାହିଁ । ନିର୍ବାଚନ ଲଢିପାରିଲେନି କେବଳ ଷ୍ଟାର ପ୍ରଚାରକ ହୋଇ ପ୍ରଚାର କଲେ । ତେବେ ଯେଉଁ କାରଣ ଦର୍ଶାଇ ବିଜେଡି ଛାଡିଥିଲେ ଅନୁଭବ ମହାନ୍ତି ସେହି ସମ୍ମାନ ତାଙ୍କୁ ବିଜେପିରେ ମିଳୁଛି କି ନାହିଁ ଚର୍ଚ୍ଚା ହେଲାଣି । ନିର୍ବାଚନ ନଲଢି ଘନ ଘନ ବିଜେପି ପାଇଁ ପ୍ରଚାର କରି ବିଜେପିକୁ ସରକାର ଗାଦିରେ ବସାଇଲେ । ହେଲେ ନିଜେ କଣ ପାଇଲେ ? ସେ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଟିକେଟ ମିଳିବା ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ହୋଇଥିଲା । କିନ୍ତୁ ପ୍ରଚାରକ ଭାବେ ବିଜେପିରେ ସୀମିତ ରହିଗଲେ ଅନୁଭବ ମହାନ୍ତି । ନିର୍ବାଚନ ଫଳାଫଳ ବାହାରିବା ପରେ ବିଜେପି ସରକାର ହେଲା କିନ୍ତୁ ଅନୁଭବଙ୍କ ରାଜନୈତିକ କ୍ୟାରିୟର ଯେ ଡୁବିଗଲା । ବିଜେଡିରେ ଯାହା ସବୁ ମିଳୁଥିଲା ବିଜେପିକୁ ଆସିବା ପରେ ସବୁକିଛି ବରବାତ ହୋଇଗଲା । ତେବେ ରାଜନୀତିରେ କେବେ ସକ୍ରିୟ ହେଉଛନ୍ତି ବିଜେପି ନେତା ଅନୁଭବ ମହାନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *