କୁଏତରେ ଓଡ଼ିଆ ପୁଅଙ୍କ ମୃତ୍ୟୁ, ପୁରୁଷୋତ୍ତମପୁର ରଣଝାଲି ଗାଁରେ ଶୋକାକୁଳ ପରିବେଶ

କୁଏତରେ ଓଡ଼ିଆ ପୁଅଙ୍କ ମୃତ୍ୟୁ, ପୁରୁଷୋତ୍ତମପୁର ରଣଝାଲି ଗାଁରେ ଶୋକାକୁଳ ପରିବେଶ

କୁଏତରେ ଅଗ୍ନିକାଣ୍ଡ ଘଟି ଦୁଇଜଣଙ୍କ ମୃତ୍ୟୁ ଘଟଣା, ଓଡ଼ିଶାର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗାଁର ସନ୍ତୋଷ ଗୌଡ଼ ବୋଲି ଜଣା ପଡିଛି | ବିପ୍ର ଗୌଡ଼ ଙ୍କ ପୁଅ ମୃତକ ସନ୍ତୋଷଗୌଡ଼ ଅଟନ୍ତି |ସନ୍ତୋଷ ନିଜର ଓ ନିଜ ପରିବାରର ପରିପୋଷଣ ପାଇଁ ପ୍ରଥମେ ମୁମ୍ବାଇ ଯାଇଥିବା ବେଳେ ଅଧିକ ରୋଜଗାର ଆଶାରେ ଗତ ଦୁଇ ବର୍ଷ ହେଲା କୁଏତ ଯାଇଥିଲେ ବୋଲି ପରିବାର ପକ୍ଷରୁ କୁହା ଯାଇଛି. ବାପା ବିପ୍ର ଗୌଡ଼ଙ୍କ ସ୍ୱାସ୍ଥ୍ୟବସ୍ଥା ଅସୁସ୍ଥ ଥିବା ବେଳେ ଚିକିତ୍ସା ପାଇଁ ଗତ ମାର୍ଚ୍ଚ ମାସରେ ସନ୍ତୋଷ ଘରକୁ ଆସିଥିଲେ | ପରେ ସନ୍ତୋଷ କୁଏତ ଫେରି ଯାଇଥିଲେ | ସେଠାରେ ହାଇୱେ ନାମକ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ. ଗତ ବୁଧବାର ରାତିରେ କାମରୁ ଫେରି ରହୁଥିବା ଆପାର୍ଟମେଣ୍ଟ ରୁମରେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟି ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ଘରକୁ ଖବର ଆସିଥିଲା | ଏ ଖବର ଆସିବା ପରେ
ଗାଁରେ ଶୋକାକୁଳ ପରିବେଶ ଦେଖା ଦେଇଛି | ମୃତକ ସନ୍ତୋଷ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଵା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି.

author

Related Articles

Leave a Reply

Your email address will not be published. Required fields are marked *