କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସହାୟତା ରାଶି

କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସହାୟତା ରାଶି

କୁଏତ ଅଗ୍ନିକାଣ୍ଡରେ 40ଜଣ ଭାରତୀୟ ପ୍ରାଣ ହରାଇଥିବାବେଳେ ତା ମଦ୍ୟରୁ 2ଜଣ ଓଡିଆ ଅଛନ୍ତି । ସେହି ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦୁଇ ମୃତକଙ୍କ ମୃତଦେହ କେରଳରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ଗାଁ ଅଭିମୁଖେ ଯାଇଛି । ତେବେ ଭୁବନେଶ୍ୱରରେ ସେମାନଙ୍କ ମୃତଦେହ ଆସି ପହଞ୍ଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ଦଳୀୟ ନେତାମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ତିଗିରିଆର ମହମ୍ମଦ ଜହୁର ଓ ଗଂଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡଙ୍କ ଶୋକ ସନ୍ତପ୍ତ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

author

Related Articles

Leave a Reply

Your email address will not be published. Required fields are marked *