ଆମେ ଓଡ଼ିଆ ଆମର ପର୍ବ ପର୍ବାଣି ଭାରି ବଢିଆ | ଏହି ପର୍ବ ଆମ ଜୀବନର ମଧୁରିମା ଓ ବୈଶିଷ୍ଟ୍ୟ ବର୍ଣ୍ଣନା କରେ | ଅନେକ ପର୍ବ ପର୍ବାଣି ସମୟରେ ବିଭିନ୍ନ ପ୍ରକାର ପିଠା ପଣାର ସୁଗନ୍ଧରେ ଚାରିଆଡେ ମହକି ଉଠେ କିନ୍ତୁ ବର୍ତ୍ତମାନ ଆଧୁନିକତା ର ସ୍ବର୍ଶ ରେ ଏସବୁ ଲୋପପାଇବାକୁ ବସିଲାଣି | ଆମର ଅନେକ ଓଷା- ବ୍ରତ ମଧରୁ ଜହ୍ନିଓଷା ଏକ ନିଆରା ଓଷା, ଯାହାକି ଗାଁ ଗହଳିରୁ ମଧ୍ୟ୍ୟ ଧୀରେ ଧୀରେ ଲୋପହେବାରେ ଲାଗିଲାଣି, କିନ୍ତୁ କେତକ ଜାଗାରେ କାଁ ଭାଁ କୁଆଁରୀ ମାନେ ପାଳନ କରନ୍ତି ଏହି ଓଷା | ଏହା ଭାଦ୍ରବ ପୂର୍ଣ୍ଣମା ଠାରୁ ଆଶ୍ୱିନ ପୂର୍ଣ୍ଣମା ପର୍ଯ୍ୟନ୍ତ ଏକ ମାସ ଧରି ପାଳିତ ହୁଏ| କୁଆଁରୀ ମାନେ ନିଷ୍ଠାର ସହି ପ୍ରତିଦିନ ତୁଳସୀ ଚଉରା ମୂଳେ ଜହ୍ନି ଫୁଲ ସଜାଇ ଲିଆ ଭୋଗ କରି ବୃନ୍ଦାବତୀଙ୍କୁ ପୂଜା କରନ୍ତି|
ବିଭିନ୍ନ ରୋଗରୁ ମୁକ୍ତି ଓ ପରିବାରର ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରୁଥିବାବେଳେ କୁଆଁରୀ ମାନେ ଏହି ବ୍ରତକଲେ ଭଲ ବର ଓ ଭଲ ଘର ମଧ୍ୟ୍ୟ ମିଳେ ବୋଲି ବିଶ୍ୱାସ ରହିଛି | ଏହି ବ୍ରତ ପାଳନ ସମୟରେ କୁଆଁରୀ ମାନେ ଆମିଷ, ଜହ୍ନି, ପିଆଜ, ରସୁଣ ପ୍ରଭୃତି ଜିନିଷ ଖାଇନଥାନ୍ତି | ଏହିପରି ଏକମାସ ପରେ କୁମାର ପୂର୍ଣ୍ଣମୀ ଦିନ ଚନ୍ଦ୍ର ଦେବଙ୍କୁ ଲିଆପୂଜା କରି ରାତିସାରା ଉଜାଗର ରହି ବ୍ରତ ଶେଷ କରନ୍ତି |