କୁମ୍ବକର୍ଣ୍ଣ ନିଦ୍ରାରେ ଆଇନ ମନ୍ତ୍ରୀ !

କୁମ୍ବକର୍ଣ୍ଣ ନିଦ୍ରାରେ ଆଇନ ମନ୍ତ୍ରୀ !

କୁଆଡେ ଗଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସବୁ ଦେଖି ବି କାହିଁକି ଚୁପ ବସିଛନ୍ତି ନୂଆ ଆଇନ ମନ୍ତ୍ରୀ । ହଁ ଆଜ୍ଞା ରାଜ୍ୟରେ ଆଇନ ବିଶୃଙ୍ଖଳା ବିଗୁଡୁଥିବା ବେଳେ ଆଇନ ମନ୍ତ୍ରୀ ନିରବ ଦ୍ରଷ୍ଟା ସାଜିଛନ୍ତି । ଉଭୟ ଅବକାରୀ ଏବଂ ଆଇନ ବିଭାଗ ତାଙ୍କ ଖାତାରେ ପଡିଥିବା ବେଳେ ସେ କୌଣସି ବି ବିଭାଗର ଦାୟିତ୍ୱ ଠିକ ସେ ତୁଲାଉଥିବା ଦେଖିବାକୁ ମିଳିନିି । ଯେବେଠାରୁ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେବେଠାରୁ ସେ ମଦ ଉପରେ ବୟାନବାଜୀ କରୁଥିବା ଦେଖିବାକୁ ମିଳିଛି । କେବେ ରାଜ୍ୟରେ ମଦ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ଘୋଷଣା କରୁଛନ୍ତି ତ ଆଉ କେବେ ଆଉ ନୂଆ ମଦ ଦୋକାନ ରାଜ୍ୟରେ ଖୋଲାଯିବନି ବୋଲି ଘୋଷଣା କରୁଛନ୍ତି । କିନ୍ତୁ ମଦ ମୃତ୍ୟୁ ମାମଲାରେ ତାଙ୍କ ପଦକ୍ଷେପ ଏତେଟା ସଫଳ ହୋଇନଥିବାରୁ ସେନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଆଉ ଏବେ ଭରତପୁର ଥାନା ଅଧିକାରୀଙ୍କ ବର୍ବରତାକୁ ନେଇ ତାଙ୍କୁ ଉପରକୁ ଆଙ୍ଗୁଠି ଉଠିଛି । ରାଜ୍ୟରେ ଆଇନ ବିଶୃଙ୍ଖଳା ଶୀର୍ଷ ଛୁଇଁଲାଣି , ପୋଲିସ ସହାୟତା କରିବା ବଦଳରେ ଥାର୍ଡ ଡିଗ୍ରୀ ଟରଚର କରୁଛନ୍ତି କିନ୍ତୁ ଆଇନମନ୍ତ୍ରୀ କୁମ୍ବକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ରାଜ୍ୟ ସହ ଦେଶରେ ଥାନା ଅଧିକାରୀଙ୍କ ବର୍ବରକାଣ୍ଡକୁ ନେଇ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ଆଇନ ମନ୍ତ୍ରୀଙ୍କୁ କିଛି ଫରକ ପଡୁନି । ଓଲଟା ସରକାରକୁ ଆସିବାର ୧୦୦ ଦିନର ପୂର୍ତ୍ତି ସେଲିବ୍ରେସନ କରୁଥିବା ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯାହାକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଉଛି । ଏବଂ ଆଇନ ମନ୍ତ୍ରୀ ୩ ମାସ ପରେ ବି ନିଜ ଦାୟିତ୍ୱ ବୁଝିପାରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ଏସବୁ ଉପରେ ଚାଦର ପକାଇ ବିଜେପି ୧୦୦ ଦିନ ମଧ୍ୟରେ କଣ କଣ କରିଛି, ସବୁ ଗ୍ୟାରେଣ୍ଟି ପୂରଣ କରିଛି ବୋଲି ଯୁକ୍ତି ବାଢୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର କଣ ତାହା ତ ଏବେ ସ୍ପଷ୍ଟ ହୋଇପଡୁଛି । ଏବଂ ବିଜେପି ସରକାରରେ ସାଧାରଣ ଜନତା ଅଧିକ ଅବହେଳିତ ହେବେ ବୋଲି ରାଜନୈତିକ ମହଲରେ ସନ୍ଦେହ ସୃଷ୍ଟି ହେଲାଣି । ତେବେ ଦେଖାଯାଉ ନୂଆ ସରକାରରେ ଯେଉଁଠି ଜଣେ ସେନା ଅଫିସର ସୁରକ୍ଷିତ ନୁହଁନ୍ତି ସାଧାରଣ ଲୋକଙ୍କ ଅବସ୍ଥା କିପରି ରହୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *