କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ…ନବୀନଙ୍କ ପୋଷ୍ଟର ଦେଖି ରାଗିଗଲେ ବିଧାୟକ !

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ…ନବୀନଙ୍କ ପୋଷ୍ଟର ଦେଖି ରାଗିଗଲେ ବିଧାୟକ !

ଆକ୍ସନ ମୁଡରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ । ହଁ ଦର୍ଶକବନ୍ଧୁ ନୂଆ କରି ବିଧାୟକ ହେଉ ହେଉ କିଛି ଏପରି କରିଛନ୍ତି ପ୍ରଦ୍ୟମ୍ନ ନାୟକ । ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ । ରାଜ୍ୟରେ ବିଜେପି ସରକାରକୁ ତିନି ମାସ ପୂର୍ତ୍ତି ହୋଇଥିବା ବେଳେ ଭଞ୍ଜନଗରର ବିକାଶ କ୍ଷେତ୍ରରେ ଧ୍ୟାନ ଦେଇଛନ୍ତି ବିଧାୟକ । ଭଞ୍ଜନଗର ମେଡିକାଲରେ ପହଞ୍ଚିଥିଲେ ଏବଂ ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଦେଖି ରାଗିଯାଇଥିଲେ ବିଧାୟକ  ଏବଂ ସଙ୍ଗେ ସଙ୍ଗେ ସେ ଫଟୋ ଗୁଡିକୁ ହଟାଇ ନୂଆ ଫଳକ ଲଗାଇବା ପାଇଁ ତାଙ୍କ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେବଳ ମେଡିକାଲ ନୁହଁ ବରଂ ଟାଉନରେ ମଧ୍ୟ ବିଜେଡି ପ୍ରତି ସରକାର ବାବୁ ମାନଙ୍କ ପ୍ରୀତି କମିନଥିବା କଥା ସିଧା ସିଧା କହିଛନ୍ତି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ । ରାଜ୍ୟରେ ତତକାଳୀନ ବିଜେଡି ସରକାରଙ୍କ ହୋଡିଂ ଶହ ଶହ ମରାଯାଇଥିଲା ନିର୍ବାଚନ ହାରିବା ପରେ ରାତାରାତି ନବୀନଙ୍କ ପୋଷ୍ଟର ଉପରେ କଳାକପଡା ଘୋଡାଇ ଦିଆଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ରହିଛି 5ଟି ବୋର୍ଡ ଓ ନବୀନ ବାବୁଙ୍କ ଫଳକ । ମେଡିକାଲରେ ମଧ୍ୟ ସେପରି କିଛି ଦୃଶ୍ୟ ଦେଖି ପ୍ରଶାସନ ଉପରେ ବର୍ଷିଛନ୍ତି ବିଧାୟକ । ବାରମ୍ୱାର ପ୍ରଶାସନକୁ କହିବା ସତ୍ତ୍ୱେ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ଅଧିକାରୀ । ତେବେ ଖୋଦ ବିଧାୟକ ନିଜେ ହିଁ ବୁଲି ବୁଲି ନବୀନଙ୍କ ପୋଷ୍ଟର ହଟେଇବା କାର୍ଯ୍ୟରେ ଲାଗିପଡିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *