କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତୀୟ କୁସ୍ତି ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି । ହରିୟାଣାର ଝାଜାର ଜିଲ୍ଲାରେ ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ଭେଟି ଆଲୋଚନା କରିଛନ୍ତି ରାହୁଲ । ଏବଂ ରାହୁଲ ସେଠାକୁ ଯାଇ କୁସ୍ତି ଶିଖିବା ସହ ଖେଳିଥିଲେ । କୁସ୍ତିଯୋଦ୍ଧାଙ୍କ ଦୈନନ୍ଦିନ ଜୀବନଶୈଳୀ କେମିତି ତାହା ଜାଣିଥିଲେ । ବିଜେପି ସାଂସଦ ତଥା କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଅଧ୍ୟକ୍ଷ ଭାବେ ନିର୍ବାଚନ ହେବା ପରେ ବିବାଦ ଦେଖାଦେଇଥିଲା । ଯାହାକୁ ବିରୋଧ କରିଥିଲେ କୁସ୍ତିଯୋଦ୍ଧା । ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *