କୁସ୍ତିରୁ ସନ୍ୟାସ ନେଲେ ବ୍ରିଜ ଭୂଷଣ ସିଂହ

କୁସ୍ତିରୁ ସନ୍ୟାସ ନେଲେ ବ୍ରିଜ ଭୂଷଣ ସିଂହ । ଭାରତୀୟ କୁସ୍ତି ମହାସଂଘ ଉପରେ କ୍ରୀଡା ମନ୍ତ୍ରଣାଳୟ ବଡ ଆକ୍ସନ ନେବା ପରେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ କୁସ୍ତିରୁ ସନ୍ୟାସ ନେଇଛନ୍ତି। ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘କୁସ୍ତି ସଙ୍ଗଠନ ସହିତ ମୋର ଆଉ କିଛି ସମ୍ପର୍କ ନାହିଁ। ସଞ୍ଜୟ ସିଂହ ମୋର ସମ୍ପର୍କୀୟ ନୁହଁନ୍ତି। କୁସ୍ତି ସଙ୍ଗଠନରୁ ମୋର ଭୂମିକା ଶେଷ ହୋଇଛି। ମୁଁ କୁସ୍ତି ସଙ୍ଗଠନ ପାଇଁ ୧୨ ବର୍ଷ ଧରି କାମ କରିଛି। ସମୟ କହିବ ମୁଁ କ’ଣ କରିଛି ନ କରିଛି। ଏବେ ରେସଲିଂ ଆସୋସିଏସନରୁ ମୁଁ ଅବସର ନେଇଛି ଏବଂ ବର୍ତ୍ତମାନ ରେସଲିଂ ଆସୋସିଏସନ୍ ସହିତ ମୋର କୌଣସି ସମ୍ପର୍କ ନାହିଁ।’

ସମସ୍ତ ଫେଡେରେସନ ହାତ ଟେକି ଦେଇଥିଲେ। ତେଣୁ ୧୫ରୁ ୨୦ ବର୍ଷର ପିଲା ମାନଙ୍କ ଭବିଷ୍ୟତ ଯେପରି ନଷ୍ଟ ନ ହେବ, ଏଥିପାଇଁ ନନ୍ଦୀନି ନଗର ଠାରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲି। ଚାରି ଦିନ ମଧ୍ୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥାନ୍ତା। ଦେଶର ୨୫ଟି ଫେଡେରେସନ୍ ମଧ୍ୟରୁ ୨୫ ଜଣ ହାତ ଟେକି ଦେଇଥିଲେ। ଏହି ଟୁର୍ନାମେଣ୍ଟ ୩୧ ଡିସେମ୍ବର ସୁଦ୍ଧା ଅନୁଷ୍ଠିତ ହେବାର ଥିଲା। ସରକାର ତାଙ୍କ ଦେଖାରେଖାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।ତାଙ୍କ ଘର ବାହାରେ ଲାଗିଥିବା ଦବ୍‌ଦବା ଲେଖାଥିବା ପୋଷ୍ଟରକୁ ମଧ୍ୟ ବ୍ରିଜଭୂଷଣ ହଟାଇ ଦେଇଛନ୍ତି।କୁସ୍ତି ସଂଘ ବିଷୟରେ ଏବେ ନିର୍ବାଚିତ ଲୋକମାନେ ହିଁ ନିଷ୍ପତ୍ତି ନେବେ। କୁସ୍ତି ସଂଘ କୋର୍ଟ ଯାଉ ଅବା ନଯାଉ ଏଥିରେ ତାଙ୍କର କୌଣସି ସମ୍ପର୍କ ନାହିଁ। ସଞ୍ଜୟ ସିଂହ ତାଙ୍କର କୌଣସି ସମ୍ପର୍କୀୟ ନୁହନ୍ତି ବୋଲି ବ୍ରିଜ ଭୂଷଣ ସଫେଇ ରଖିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *