କୁହାଳିଆ ନେତାଙ୍କ ନିଦ ହଜାଇଲେଣି ଲେଖାଶ୍ରୀ !

କୁହାଳିଆ ନେତାଙ୍କ ନିଦ ହଜାଇଲେଣି ଲେଖାଶ୍ରୀ !

ହାରିବା ପରେ ବି ବେଶ ଆକ୍ଟିଭ ଲେଖା ଦିଦି । ହଁ ଆଜ୍ଞା ରାଜ୍ୟ ରାଜନୀତିରେ ଗୋଟିଏ ଜଣାଶୁଣା ଚେହେରା ହେଲେ ଲେଖାଶ୍ରୀ ସାମନ୍ତସିଂହାର । ଦୀର୍ଘ ବର୍ଷ ବିଜେପିରେ ରହିବା ସତ୍ତ୍ୱେ ନିର୍ବାଚନ ଲଢିବାର ସୁଯୋଗ ପାଇନଥିଲେ ଦଳରେ କୋଣଠେସା ହୋଇ ରହିଥିଲେ । ହେଲେ ବିଜେଡିରେ ମିଶୁ ମିଶୁ ଡାଇରେକ୍ଟ ସାଂସଦ ଟିକେଟ ପାଇଲେ ଏବଂ ବାଲେଶ୍ୱର ଲୋକସଭାରୁ ନିର୍ବାଚନ ଲଢିଲେ କିନ୍ତୁ ନନାଙ୍କ ଆଗରେ ଫିକା ପଡିଗଲେ ନାନୀ । ପରାଜୟ ଗ୍ରହଣ କଲେ ହେଲେ ହାରିବା ପରେ ବି ଲେଖାଶ୍ରୀଙ୍କ ରାଜନୀତିରେ ସକ୍ରିୟତାକୁ ନେଇ ସବୁଠି ଚର୍ଚ୍ଚା । କାହିଁକିନା ଚଳିତ ସାଧାରଣ ନିର୍ବାଚନରେ ଯେଉଁ ନେତାମାନଙ୍କର ପରଜାୟ ହୋଇଛି ସେମାନେ ମୁହଁ ଲୁଚାଇ ଏବେ ପର୍ଯ୍ୟନ୍ତ ବସିଛନ୍ତି । କିନ୍ତୁ ଲେଖାଦିଦିଙ୍କ ବାକ୍ୟବାଣ ଶାସକ ଦଳକୁ ଭାରିପଡିଲାଣି ।  ବିଜେପି ବିରୋଧିରେ ଥିବା ବେଳେ ଶାସକ ଦଳ ବିଜେଡିକୁ ସମାଲୋଚନା କରିବାରେ ଲେଖାଶ୍ରୀ ଏକ ମୁଖ୍ୟ ଭୂମିକା ନେଉଥିଲେ ଠିକ ସେହିପରି ବର୍ତ୍ତମାନ ଶାସକ ଦଳ ବିଜେପିର ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବାରେ ଲେଖା ନାନୀ ବେଶ ଆକ୍ଟିଭ । ସେ ବିଜେପିର ଓଡିଆ ଅସ୍ମିତା କଥା ହେଉ କି ରାଜ୍ୟପାଳଙ୍କ ପୁଅ ଏସସଓଙ୍କୁ ମାଡ ମାରିବା ଘଟଣାରେ ସବୁଥିରେ ସ୍ୱର ଉଠାଇ ମୋହନ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ଲେଖା ନାନୀ । କେତେବେଳେ ସାମ୍ୱାଦିକ ସମ୍ମିଳନୀ କରି ତ ଆଉ କତେବେଳେ ନିଜେ ଭିଡିଓ ଜାରି କରି ଆଇନ ମନ୍ତ୍ରୀ,ରାଜ୍ୟପାଳ ମୋହନ ସରକାର ସମସ୍ତଙ୍କୁ କାଉଣ୍ଟର କରୁଛନ୍ତି । ବିଧାନସଭାରେ ଥିବା ବିଧାୟକ ମାନଙ୍କୁ ବି ପଛରେ ପକାଇ ଦେଉଛନ୍ତି ଲେଖା ଦିଦି । ବିଧାନସଭାରେ ବିରୋଧି ଦଳରେ ବସିଥିବା ବିଧାୟକ ମାନଙ୍କଠାରୁ ରାଜନୀତିରେ ଅଧିକ ସକ୍ରିୟ ଲେଖାଶ୍ରୀ ସାମନ୍ତସିଂହାର । ବିଜେଡିର ଆଗଧାଡିର ବଡ ବଡ କୁହାଳିଆ ନେତାଙ୍କୁ ପଛରେ ପକାଇ ସାରିଲେଣି । ତେବେ ଆଗକୁ କେଉଁ ନୂଆ ମୁଦ୍ଧା ନେଇ ଶାସକ ବିଜେପିକୁ ଶାଣିତ ଆକ୍ରମଣ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *