କୁହୁଡି ଘେରରେ ରାଜଧାନୀ ଦିଲ୍ଲୀ; ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ

କୁହୁଡି ଘେରରେ ରାଜଧାନୀ ଦିଲ୍ଲୀ; ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ

ଦିଲ୍ଲୀରେ ଜାରି ରହିଛି ଘନ କୁହୁଡିର ପ୍ରଭାବ । ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମିଯିବାରୁ ୩୦ରୁ ଅଧିକ ବିମାନ ବିଳମ୍ବିତ ହୋଇଛି । ସେହିପରି ୧୭ଟି ବିମାନର ଉଡ଼ାଣକୁ ରଦ୍ଦ କରିଦିଆଯାଇଛି । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଘଣ୍ଟାଘଣ୍ଟା ଧରି ବିମାନ ବିଳମ୍ବିତ ହେଉଥିବାରୁ ଗନ୍ତବ୍ୟ ସ୍ଥଳକୁ ଯାଇନ ପାରି ଅଟକି ରହିଛନ୍ତି ଯାତ୍ରୀ । ପାଗ ଖରାପ ଥିବାରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । କେବଳ କୁହୁଡ଼ି ନୁହେଁ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସହରରେ ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଛି । ବିମାନ ବିଳମ୍ବିତ ଥିବାରୁ ଯାତ୍ରୀ ମାନେ ନିଜ ନିଜ ଲଗେଜ ସହ ବିମାନ ବନ୍ଦରରେ ଅପେକ୍ଷା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *