କୁହୁଡି ସାଜିଛି ଚାଷୀଙ୍କ କାଳ

କୁହୁଡି ସାଜିଛି ଚାଷୀଙ୍କ କାଳ

ରାଜ୍ୟରେ ଶୀତର ପ୍ରକୋପ କମିଛି କିନ୍ତୁ ବିଭିନ୍ନ ସ୍ଥାନରେ ଘନ କୁହୁଡି ପ୍ରଭାବ କମିନାହିଁ । ଚାରିଆଡେ ଧୂଆଁ ଧୂଆଁ ପରିବେଶ । ରାଜ୍ୟରେ ଘନ କୁହୁଡି ଯୋଗୁଁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ସାଧାରଣ ଜୀବନ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି । ସେପଟେ କୁହୁଡ଼ି ଯୋଗୁଁ ଡେଲାଙ୍ଗ-କଣାସ ଅଂଚଳରେ ପନିପରିବା ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । କୁହୁଡ଼ି ଯୋଗୁଁ କୋବି, ଜୁଡ଼ଙ୍ଗ, ବାଇଗଣ ଫସଲ ନଷ୍ଟ ହୋଇଛି । ସେହିପରି ମତ୍ସ୍ୟଜୀବୀ ମାନେ ମଧ୍ୟ କୁହୁଡ଼ି ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *