କୃଷକଙ୍କୁ କୃଷି ମନ୍ତ୍ରୀଙ୍କ ନାଲି ଆଖି !

କୃଷକଙ୍କୁ କୃଷି ମନ୍ତ୍ରୀଙ୍କ ନାଲି ଆଖି !

ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କୁ ନେଇ ଏଭଳି ଚର୍ଚ୍ଚା ଜୋରସୋରରେ ଚାଲିଛି । ବରଗଡ ଧନୁଯାତ୍ରାରେ ଚାଷୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କୃଷି ମନ୍ତ୍ରୀ କେଭି ସିଂହ ଦେଓ । ତେବେ ରାଜ୍ୟରେ ବର୍ତମାନ ଚାଷୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଡବଲ ଇଞ୍ଜିନ ସରକାରରେ ଚାଷୀ ଡବଲ ହଇରାଣ ହେଉଛନ୍ତି । କେତେବେଳେ ସାରକୁ ନେଇ ତ ଆଉ କେତେବେଳେ ଧାନ ବିକ୍ରିକୁ ନେଇ । ମଣ୍ଡିରେ ଧାନ ଉଠୁନଥିବା କାରଣରୁ ଏବଂ ମିଲର୍ସଙ୍କ ମନମାନୀ କାରଣରୁ ଚାଷୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । କିନ୍ତୁ ସରକାର ଏ ଦିଗ ପ୍ରତି ସେତେଟା ଯତ୍ନବାନ ଥିବା ଦେଖିବାକୁ ମିଳୁନି । ଯାହାକୁ କେନ୍ଦ୍ର କରି ନିଜ ହକ୍ ପାଇଁ ସରକାରଙ୍କ ବିରୋଧରେ ରାଜରାସ୍ତାରେ ସ୍ୱର ଉଠାଉଛନ୍ତି ଚାଷୀ ।

କିନ୍ତୁ ଚାଷୀଙ୍କ ଏହି ଆନ୍ଦୋଳନ, ଏବଂ ଧମକ ସରକାରଙ୍କ ଉପରେ କିଛି ପ୍ରଭାବ ପକାଇବନି ବୋଲି ଖୋଲା ଖୋଲି କହିଛନ୍ତି କୃଷି ମନ୍ତ୍ରୀ କେଭି ସିଂହ ଦେଓ । ଏପରିକି ଚାଷୀଙ୍କ ପାଇଁ ସରକାର ଉତ୍ସର୍ଗୀକୃତ ଥିବା ପରୋକ୍ଷରେ କହିବା ସହିତ ଚାଷୀମାନେ ନୌଟଙ୍କୀ ବା ଡ୍ରାମା କରୁଥିବା ଖୋଲାମଞ୍ଚରେ କହିଛନ୍ତି ମନ୍ତ୍ରୀ । ଆଉ ଚାଷୀଙ୍କ ପ୍ରତି ମନ୍ତ୍ରୀଙ୍କ ଏପରି ବିବାଦୀୟ ବୟାନ ପାଇଁ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି । ଗୋଟିଏ ପଟେ ନେତା ମନ୍ତ୍ରୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦରମା ଅଣ୍ଟୁନଥିବା ବେଳେ ନିଜ ଦରମା ବଢାଇବାକୁ ଦାବି କରୁଛନ୍ତି ନେତା । କିନ୍ତୁ ଏପଟେ ଧାନ ବିକିଲେ ଚାଷୀଙ୍କ ପରିବାର ଚଳୁଥିବା ବେଳେ ସେମାନଙ୍କ ନାର୍ଯ୍ୟ ଦାବିକୁ ସରକାର ନୈାଟଙ୍କୀର ଆଖ୍ୟା ଦେଉଛନ୍ତି । ଯାହାକୁ ତୀବ୍ର ସମାଲୋଚନା କରାଯାଉଛିା

କେବଳ ଏତିକି ନୁହେଁ, ବରଗଡ ଧନୁଯାତ୍ରାର ଏକ ବିଶେଷତ୍ୱ ରହିଥିବା ବେଳେ ଏହାକୁ ମଧ୍ୟ ଜୋସରେ ଆସି ତାତ୍ସଲ୍ୟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ । ନୌଟଙ୍କୀ କରିବାର ଥିଲେ ବରଗଡ ଧନୁଯାତ୍ରା ମଞ୍ଚରେ ଆସି କରିବାକୁ ଆହ୍ୱାନ ଦେଇଥିବା ଶୁଣିବାକୁ ମିଳିଛି । ତେବେ ପଶ୍ଚିମଓଡିଶାର ଜଣେ ବଡ ନେତାଙ୍କ ମୁହଁରୁ ଏସବୁ ଶୁଣି ବିରୋଧୀଙ୍କ ସହ ସାଧାରଣରେ ମନ୍ତ୍ରୀଙ୍କୁ କଡା ସମାଲୋଚନା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *