କେଉଁଠି ଅଛନ୍ତି ଶ୍ରୀମୟୀ ଅପା ?

କେଉଁଠି ଅଛନ୍ତି ଶ୍ରୀମୟୀ ଅପା ?

କେବେ ମଇଦାନକୁ ଓହ୍ଲାଇବେ ଶ୍ରୀମୟୀ ଅପା । ନିର୍ବାଚନକୁ ହାତ ଗଣଥି ଦିନ କେଇଟା ବାକି ଥିବା ବେଳେ ଏବେ ପର୍ଯ୍ୟନ୍ତ ଦେଖା ମିଳୁନାହିଁ 2024 ନିର୍ବାଚନର ଷ୍ଟାର ପ୍ରଚାରକ ଶ୍ରୀମୟୀ ମିଶ୍ରଙ୍କର । ନିଖୋଜ ଅପା ଏବେ ଭିତରେ ଭିତରେ କଣ ଷଡଯନ୍ତ୍ର କରୁଛନ୍ତି କି ଯେଉଁଥିପାଇଁ ଏବେ ପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଉ ନାହାନ୍ତି । ଦୀର୍ଘ ଏକ ମାସ ହୋଇଯିବ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ମନ୍ମଥଙ୍କ ନାମ ଘୋଷଣା ପରେ ଶ୍ରୀମୟୀ ଅପାଙ୍କର ଆଉ ଦେଖା ମିଳୁନି । ଅପାଙ୍କୁ ନେଇ ବହୁ ଚର୍ଚ୍ଚା ମଧ୍ୟ ହେଲା । କତେବେଳେ ଏହି ଆସନ ତ ଆଉ କେବେ ସ୍ୱାଧୀନ ପ୍ରାର୍ଥୀ । ଆଉ କେତେବେଳେ ବିଜେପି ଯିବା ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଛି । କିନ୍ତୁ ସେପରି କିଛି ବି ହେଲା ନାହିଁ । ଶ୍ରୀମୟୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଲା ଏବଂ ଏକ ନୂଆ ଦାୟିତ୍ୱ ମିଳିଲା । ତା ସତ୍ତ୍ୱେ ବି ଏବେ ପର୍ଯ୍ୟନ୍ତ ସେ ରାଜନୀତି ମଇଦାନକୁ ଓହ୍ଲାଉ ନାହାନ୍ତି । ଶ୍ରୀମୟୀ ଅପାଙ୍କ ଏପରି ମଉନ ବ୍ରତକୁ ନେଇ ରାଜନୀତିରେ ହଟଚମଟ ସୃଷ୍ଟି ହେଉଛି । ଗାଁକୁ ଗାଁ ବୁଲି ଜନ ସମ୍ପର୍କ ବଢାଉଥିବା ବିଜେଡି ନେତ୍ରୀ ସମ୍ପୂ୍ଣ୍ଣ ରୂପେ ଚୁପ । ନିର୍ବାଚନକୁ ମାତ୍ର କେଇଟା ଦିନ, ଷ୍ଟାର ପ୍ରଚାରକରେ ଶ୍ରୀମୟୀ କେବେ ମଇଦାନକୁ ଓହ୍ଲାଇବେ । ବିରୋଧିଙ୍କୁ କଥା କଥାରେ ଆଟାକ କରୁଥିବା ଶ୍ରୀମୟୀ ଏବେ ରାଜନୀତିରେ ଗୋଟିଏ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇପଡିଛନ୍ତି । ତେବେ କେବେ ସରିବ ଶ୍ରୀମୟୀଙ୍କ ଅଜ୍ଞାତ ବାସ ତାହା ଉପରେ ସଭିଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *