କେଉଁଠି କେଉଁ କଥା କୁହାଯିବ ଜାଣି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ

କେଉଁଠି କେଉଁ କଥା କୁହାଯିବ ଜାଣି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ

ଚାଲିଛି ବିଧାନସଭା ଅଧିବେଶନ । ବିରୋଧିଙ୍କ ହଟ୍ଟଗୋଳରେ ସରଗରମ ରହୁଛି ଗୃହ । ନୂଆ ନୂଆ ପ୍ରସଙ୍ଗ ଉଠାଇ ଶାସକ ଦଳ ବିରୁଦ୍ଧରେ ସ୍ୱର ଉଠାଉଛନ୍ତି ବିରୋଧି ଦଳ । ହଁ ଦର୍ଶକବନ୍ଧୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଜାରି କରିଛି କଂଗ୍ରେସ ଏବଂ ଯାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି । ଅଗ୍ନିବୀର ସଂରକ୍ଷଣ ଓ ପାଞ୍ଚ ବର୍ଷ ବୟସ କୋହଳ ଘୋଷଣା ସମୟରେ ବିରୋଧି ବିଜେଡି ଓ କଂଗ୍ରେସ ହୋହଲ୍ଲା କରିଥିଲେ । କାହିଁକିନା ଏହି କଥାକୁ ପ୍ରଥମେ ବାହାରେ ଘୋଷଣା କରିଥିଲେ ମୋହନ ସରକାର । ଗୃହ ବାହାରେ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କଲେ ତାକୁ ସଂସଦୀୟ ମନ୍ତ୍ରୀ ଗୃହରେ ଘୋଷଣା କରିଛନ୍ତି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନାମରେ ସ୍ୱାଧୀକାର ଭଙ୍ଗ ନୋଟିସ ଜାରି କରିବା ସହିତ ଆକ୍ସନ ନେବା ପାଇଁ ଦାବି କରିଛନ୍ତି ବିରୋଧି ବିଜେଡି ଓ କଂଗ୍ରେସ । ବିଧାୟିକା ପ୍ରମିଳା ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟପଟେ ତାରା ବାହିନୀପତି କହିଛନ୍ତି ଏହିକଥାକୁ ମୋହନ ସରକାର କାହିଁକି ଗୃହରେ ଉଠାଇଲେନି ଏପରିକି ମୁଖ୍ୟମନ୍ତ୍ରୀ ଗୃହକୁ ବିଶ୍ୱାସ କରୁନାହାନ୍ତି ଏବଂ ଗୃହର ମର୍ଯ୍ୟାଦା ଭଙ୍ଗ କରୁଛନ୍ତି ବୋଲି କହିଛନ୍ତି । ବିଜେପିର ଏଭଳି ନୀତି ବିଜେପିକୁ ଅଡୁଆରେ ପକାଉଛି । ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କଥାରେ ତାଳମେଳ ଖାଉନାହିଁ । ପ୍ରଥମେ ମୁଖ୍ୟମନ୍ତ୍ରୀ ଘୋଷଣା କରୁଛନ୍ତି ଏହାପରେ ମନ୍ତ୍ରୀ ବିଧାନସଭାରେ ସେହି କଥାକୁ ଉଠାଉଛନ୍ତି । ସେପଟେ ମନ୍ତ୍ରୀ ଘୋଷଣା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ସେହିକଥାକୁ ଅସ୍ୱୀକାର କରୁଛନ୍ତି ଯାହା ବିରୋଧିଙ୍କୁ ବିଜେପି ସରକାରକୁ ସମାଲୋଚନା କରିବା ପାଇଁ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଯୋଗାଉଛି । ତେବେ ବିଧାନସଭା ଅଧିବେଶନରେ ଏଭଳି ଗୋଟି ଗୋଟିଏ ପ୍ରସଙ୍ଗ ନେଇ ଗୃହ ସରଗରମ ରହୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ସିଧାସଳଖ କାଦୁଅ ଫିଙ୍ଗୁଛନ୍ତି ବିରୋଧି କଂଗ୍ରେସ ଓ ବିଜେଡି ।

author

Related Articles

Leave a Reply

Your email address will not be published. Required fields are marked *