କେଉଁଠି ରହିବେ ମୁଖ୍ୟମନ୍ତ୍ରୀ ?

କେଉଁଠି ରହିବେ ମୁଖ୍ୟମନ୍ତ୍ରୀ ?

ରାଜ୍ୟରେ ବଦଳିଛି ସରକାର । ବଦଳିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ଜାଗାରେ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ । ହେଲେ ଚର୍ଚ୍ଚା କେଉଁଠି ରହିବେ ନୂତନ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାସଭବନ ଖୋଜାଚାଲିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ବାସଭବନରେ ରହୁନଥିଲେ । ସେ ନିଜ ବାସଭବନ ନବୀନ ନିବାସରେ ରହି କାର୍ଯ୍ୟ କରୁଥିଲେ । 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ସେ ସରକାରୀ ବାସଭବନରେ ରହିନଥିଲେ । ବିଜୁ ପଟ୍ଟନାୟକ ନିର୍ମାଣ କରିଥିବା ନବୀନ ନିବାସରୁ ହିଁ ସେ ପ୍ରଶାସନିକ କାର୍ଯ୍ୟ କରୁଥିଲେ । ତେବେ ବର୍ତ୍ତମାନ ଚର୍ଚ୍ଚା କେଉଁଠି ରହିବେ ନୂତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସରକାରୀ ବାସଭବନର ଖୋଜାଚାଲିଛି । ପ୍ରଶାସନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କକ୍ଷ ସହ କିଛି ଖାଲି ସରକାରୀ ବାସଭବନକୁ ତାଲିକାଭୁକ୍ତ କରାଯାଇଛି । ତେବେ ଉପଯୁକ୍ତ କକ୍ଷ ଚୟନ ହେବା ପରେ ଏହାକୁ ନବୀକରଣ କରାଯିବା ସହିତ ଆବଶ୍ୟକ ସୁବିଧା ଉପଲବଧ କରାଯିବ । ତେବେ ଉପଯୁକ୍ତ ବାସଭବନ ମିଳିବା ଯାଏଁ ରାଜ୍ୟ ଅତିଥି ଭବନକୁ ଅସ୍ଥାୟୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ କରାଯାଇପାରେ । ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସରକାରୀ ବାସଭବନ ରହିଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ସରକାରୀ ବାସଭବନ ନାହିଁ । ଗତ 24ବର୍ଷ ଧରି ନବୀନ ପଟ୍ଟନାୟକ ନିଜ ବାସଭବନରେ ରହିଥିବାରୁ ଏହାର ଆବଶ୍ୟକତା ପଡିନଥିଲା । ସେଇଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଥିବା ବାସଭବନକୁ ନବୀନ ଅଭିଯୋଗ କକ୍ଷ କରିଥିଲେ । ତେବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉପଯୁକ୍ତ ବାସଭବନ କେବେ ମିଳିବ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *