ଓଡ଼ିଶାରେ ମାଡ଼ ହେବ ବାତ୍ୟା ଦାନା । ପୁରୀରୁ ସାଗରଦ୍ୱୀପ ମଧ୍ୟରେ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଦାନା । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ, ବାତ୍ୟା ୨୪ ତାରିଖ ରାତିରୁ ୨୫ ତାରିଖର ଭୋର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିପାରେ । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିବ । ମଝିରେ ମଝିରେ ପବନର ଝଟକା ୧୨୦ କିଲୋମିଟର ହୋଇପାରେ । ବାତ୍ୟା ପ୍ରଭାବରେ ୨୫ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨୪ ତାରିଖରେ ୭ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରକୁ ରେଡ ୱାର୍ଣ୍ଣିଂ ଜାରି କରିଯାଇଛି । ସେହିପରେ ୨୫ ତାରିଖରେ ୪ ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୬ ତାରିଖରେ ମଧ୍ୟ ସକାଳ ସାଢେ ୮ଟା ଯାଏଁ କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ।