କେଉଁଠୁ ଆସିଲା ଏତେ ପରିମାଣର ସୁନା ?

କେଉଁଠୁ ଆସିଲା ଏତେ ପରିମାଣର ସୁନା ?

କେଉଁଠୁ ଆସିଲା ଏତେ ପରିମାଣର ସୁନା ? ଏୟାରପୋର୍ଟରୁ ସୁନା ଜବତ ଘଟଣାରେ କାହିଁକି ଚୁପ ରାଜ୍ୟ ସରକାର ? ଏପ୍ରସଙ୍ଗ ଏବେ ରାଜ୍ୟରେ ଚହଳ ପକାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ଏକ ଲଜିଷ୍ଟିକ ଭ୍ୟାନରୁ ୫୦ କେଜି ସୁନା ସହ ୮୦ କିଲୋର ରୂପା ଜବତ କରାଯାଇଛି । ଯାହାକୁ ନେଇ ଏବେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । କୁଆଡୁ ଏତେ ସୁନା ଆସିଲା, ଭୁବନେଶ୍ୱରକୁ ଆମଦାନୀ ହେଉଥିଲା ନା ରପ୍ତାନୀ ହେଉଥିଲା ତାକୁ ନେଇ ତନାଘନା ଆରମ୍ଭ ହୋଇଛି । କେହି କେହି ଏହା ସୁନାଦୋକାନୀମାନଙ୍କର ବୋଲି କହୁଥିବା ବେଳେ କେହି କେହି ଏହାକୁ ଗୁଜୁରାଟରୁ ଆସୁଥିବା କହୁଛନ୍ତି । କିନ୍ତୁ ଏହାକୁ ନେଇ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନି । ନା ଏୟାରପୋର୍ଟ ଅଥରିଟି ନା ସରକାର ଏ ସମ୍ପର୍କରେ କେହି କିଛି ବି ସ୍ପଷ୍ଟୀକରଣ ଦେଉନାହାନ୍ତି । କିନ୍ତୁ ଏହାରି ମଧ୍ୟରେ ପୂର୍ବତନ ଲୋକସଭା ସାଂସଦ ତଥାଗତ ଶତପଥୀଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ସମସ୍ତଙ୍କ ନିଦ ହଜାଇଦେଇଛି । ଏୟାରପୋର୍ଟରୁ ଜବତ ସୁନା ପୁରୀ ରତ୍ନଭଣ୍ଡାରରୁ ଏକ ପ୍ରାଇଭେଟ ବିମାନରେ ଚାଲାଣ ହେଉଥିଲା ବୋଲି କଟାକ୍ଷ କରି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ତଥାଗତ । ଏଭଳି ଗୋଟେ ସମ୍ବେଦନଶୀଳ ପ୍ରସଙ୍ଗରେ ଜଣେ ବରିଷ୍ଠ ରାଜନୀତିଜ୍ଞ ଏପରି କହିବା ରତ୍ନଭଣ୍ଡାରକୁ ନେଇ ଯେଉଁ ସନ୍ଦେହ କରାଯାଉଛି ତାକୁ ଆହୁରି ଦୃଢୀଭୁତ କରିଛି । ଅନ୍ୟପଟେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ମଧ୍ୟ ଏସମ୍ପର୍କରେ ମୁହଁ ଖୋଲିଛନ୍ତି । ଏବଂ ତଥାଗତଙ୍କ ଏପରି ପୋଷ୍ଟକୁ ସମର୍ଥନ କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ପରେ କେତେ ସୁନା ରତ୍ନଭଣ୍ଡାରରେ ଥିଲା,ଏବଂ କଣ କଣ ଥିଲା ସେସମ୍ପର୍କରେ କିଛି ବି ତଥ୍ୟ ରାଜ୍ୟ ସରକାର ସାମ୍ନାକୁ ଆଣିନାହାନ୍ତି । ନାହିଁ ଗଣତି ପ୍ରକ୍ରିୟା କଥା ଉଠାଉଛନ୍ତି । ତେଣୁ ଏହି ସୁନା ରତ୍ନଭଣ୍ଡାରରୁ ଅନ୍ୟ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ସୁଲତା ଦେଓ । ଏବଂ କିଭଳି ପୂର୍ବରୁ ମଧ୍ୟ ଅନ୍ୟ ମନ୍ଦିର ଗୁଡିକରୁ ଅସଲି ସୁନା ଚାଲାଣ କରି ତାକୁ ନକଲି ବୋଲି ପ୍ରମାଣିତ କରିଛନ୍ତି ତାହାର ମଧ୍ୟ ଉଦାହରଣ ଦେଇଛନ୍ତି ସୁଲତା ।

author

Related Articles

Leave a Reply

Your email address will not be published. Required fields are marked *