କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର,ଏ ନେଇ କଣ କହୁଛନ୍ତି ତିନି ଦଳର ନେତା

କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର,ଏ ନେଇ କଣ କହୁଛନ୍ତି ତିନି ଦଳର ନେତା

ଗତ କିଛି ଦିନ ତଳେ ଗଣମାଧ୍ୟମରେ ଏମିତି କିଛି ତଥ୍ୟ ସାମନାକୁ ଆସିଥିଲା ଯେ ଧର୍ମେନ୍ଦ୍ର ଓଡିଶା ଲୋକସଭାରୁ ନିର୍ବାଚନ ଲଢିବେ ଯାହାକୁ ନେଇ ଦେଖାଦେଇଛି ରାଜନୈତିକ ଉଷ୍ମତା । ଏଥିପାଇଁ ସେ ତାଙ୍କ ଦଳର ଅନୁମତି ମାଗିଥିଲେ ଯାହାକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ ଧର୍ମେନ୍ଦ୍ର କେଉଁଠୁ ଲଢିବେ ସେ ନେଇ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ । ତେବେ ସେପଟେ ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀ ହେବା ନେଇ ଢେଙ୍କାନାଳ ବିଜେଡି ସାଂସଦ ମହେଶ ସାହୁ କଟାକ୍ଷ କରି କହିଛନ୍ତି ଯେ ଧର୍ମେନ୍ଦ୍ର ଯେଉଁଠୁ ବି ଲଢିଲେ ବିଜେଡି ଜିତିବ, ଧର୍ମେନ୍ଦ୍ରଙ୍କୁ ବିଜେଡିର ପରୱା ନାହିଁ । ପୁଣି କହିଛନ୍ତି ବାହାଘର ବେଳେ ବାଇଗଣ ରୁଆ,ଧର୍ମେନ୍ଦ୍ର ଢେଙ୍କାନାଳ ଗସ୍ତ କରୁଛନ୍ତି କିନ୍ତୁ ଆମେ ଗ୍ରାଉଣ୍ଡରେ ରହିଛୁ, ତେଣୁ ଆମେ ହିଁ ଜିତିବୁ । ଏହାର ଜବାବରେ ବରିଷ୍ଠ ବିଜେପି ନେତା ରୁଦ୍ର ପାଣି କହିଛନ୍ତି ଶଙ୍ଖ ଭବନ ଓ ବିଜେଡି ତାଙ୍କୁ ଗୁରୁତ୍ୱ ଦେଉନଥିବା ହେତୁ ପାଗଳ ପରି ପ୍ରଳାପ କରୁଛନ୍ତି । ଏବଂ ବିପୁଳ ସଂଖ୍ୟାରେ ଭୋଟ ପାଇ ଧର୍ମେନ୍ଦ୍ର ହିଁ ଜିତିବେ । ସେପଟେ କଂଗ୍ରେସ କହିଛି ଧର୍ମେନ୍ଦ୍ର ପଶ୍ଚିମ ଓଡିଶା ହେଉ କି ପୂର୍ବ ଓଡିଶାରୁ ଲଢନ୍ତୁ ବିଜେଡି ଓ ବିଜେପି ଭିତରେ ବୁଝାମଣା ହୋଇଛି । ବିଜେଡି ଓ ବିଜେପି ଆପୋସ ବୁଝାମଣା କରି କଂଗ୍ରେସ ବିରୁଦ୍ଧରେ ଲଢିବେ ।
ତେବେ କେନ୍ଦ୍ରମନ୍ତ୍ରୀ କେଉଁ ଆସନରୁ ଲଢିବେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ହେଲେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ଦଳ ଭିତରେ ଛକାପଞ୍ଝା ।

author

Related Articles

Leave a Reply

Your email address will not be published. Required fields are marked *