କେଉଁ ବିରୋଧି ନେତାଙ୍କ ସାମ୍ନା କରିବେ ଅତନୁ ?

କେଉଁ ବିରୋଧି ନେତାଙ୍କ ସାମ୍ନା କରିବେ ଅତନୁ ?

ଆଗାମୀ ନିର୍ବାଚନର ବୈତରଣୀ ପାର ହେବାକୁ ପ୍ରସ୍ତୁତ ହେଲେଣି ନେତା ମନ୍ତ୍ରୀ ମାନେ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡାର ମହାକାଳପଡା ନିର୍ବାଚନ ମଣ୍ଡଳୀ । 2009ରେ ଗଠିତ ହୋଇଥିଲା ଏହି ନିର୍ବାଚନ ମଣ୍ଡଳୀ । ନିର୍ବାଚନ ମଣ୍ଡଳୀ ଗଠିତ ହେବା ଦିନୁ ବିଜେଡି ଅକ୍ତିଆରରେ ରହିଆସିଛି । ତିନିଟି ଯାକ ନିର୍ବାଚନରେ ବାଜିମାତ କରି  ମହାକାଳପଡା ଆସନରେ ବସିଛନ୍ତି ଅତନୁ ସବ୍ୟସାଚୀ ନାୟକ । ସେ ମନ୍ତ୍ରୀମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଶକ୍ତି ମନ୍ତ୍ରୀ, ଉଚ୍ଚ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସମ୍ପର୍କ ଦାୟିତ୍ୱରେ ରହିଆସିଥିଲେ । ପ୍ରତିଥର ବିରୋଧିଙ୍କୁ ଧୂଳି ଚଟାଇ ଆସୁଛନ୍ତି ଅତନୁ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ମହାକାଳପଡାରେ କେଉଁ ବିରୋଧି ନେତାଙ୍କୁ ସାମ୍ନା କରିବେ ଅତନୁ ?

author

Related Articles

Leave a Reply

Your email address will not be published. Required fields are marked *