କେତେ ଦରମା ନିଅନ୍ତି RBI ଗଭର୍ଣ୍ଣର ?

କେତେ ଦରମା ନିଅନ୍ତି RBI ଗଭର୍ଣ୍ଣର ?

ସାଧାରଣତଃ ଆପଣମାନେ ଜାଣିଥିବେ ନୋଟରେ ଥିବା ଦସ୍ତଖତ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନରଙ୍କର । ହେଲେ ଆପଣ ଜାଣିଛନ୍ତି କି, ଦେଶର ଏଭଳି ଉଚ୍ଚ ପଦରେ ବସିଥିବା ଏହି ବ୍ୟକ୍ତିଙ୍କର ଦରମା କେତେ ଓ ତାଙ୍କୁ କେଉଁ କେଉଁ ଆନୁସାଂଗିକ ସୁବିଧା ମିଳିଥାଏ ? ଆରବିଆଇର ଗଭର୍ନରଙ୍କୁ ମାସିକ ୨.୫ ଲକ୍ଷ ଟଙ୍କା ଦରମା ମିଳିଥାଏ । ଏହା ବ୍ୟତୀତ ଗଭର୍ନରଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ । ତାହା ମଧ୍ୟରେ ସରକାରୀ ଘର, ସରକାରୀ ଗାଡି, ଡ୍ରାଇଭର ଭଳି ଅନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଏ । ଯାହା ଫଳରେ ବିନା କୌଣସି ଝିନଝଟରେ ସେ ତାଙ୍କର କାର୍ଯ୍ୟ କରିପାରନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ହେବା ପାଇଁ ବିଭିନ୍ନ ନିୟମ ରହିଛି ତା ମଧ୍ୟରୁ ସବୁଠାରୁ ବଡ କଥା ହେଉଛି ଆପଣଙ୍କର କୌଣସି ରାଜନୈତିକ ଦଳସହ ସିଧା ସଳଖ ସଂପୃକ୍ତି ନଥିବା ଆବଶ୍ୟକ ।

author

Related Articles

Leave a Reply

Your email address will not be published. Required fields are marked *