କେଦାରନାଥର ବରଫ ଶମ୍ଭୁ

କେଦାରନାଥର ବରଫ ଶମ୍ଭୁ

ହିମାଳୟର କୋଳରେ ଥିବା କେଦାରନାଥ ହେଉଛି 12ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଗୋଟିଏ । ଭଗବାନ ଶିବଙ୍କର ନିବାସ ଅଟେ କେଦାରନାଥ । ଏହା ବର୍ଷକୁ 6ମାସ ବରଫରେ ଆଚ୍ଛାଦିତ ହୋଇ ରହିଥାଏ । କୁହାଯାଏ କି ଏଠାରେ ମହାଦେବ ତ୍ରିକୋଣ ଶିବଲିଙ୍ଗ ରୂପରେ ବିରାଜମାନ ହୋଇଥାଏ । ଚାଲନ୍ତୁ ଆଜି ଆମେ ଜାଣିବା କେଦାରନାଥର ଏମିତି କିଛି ରହସ୍ୟ ଯାହା ମହାଭାରତ ସହ ଜଡିତ ।
ମହାଭାରତରେ କୁହାଯାଇଛି ଯେ ପାଣ୍ଡବମାନଙ୍କୁ ଭଗବାନ ଶିବ ସ୍ୱୟଂ ଦର୍ଶନ ଦେଇଥିଲେ । ଯାହାପରେ ପାଣ୍ଡବମାନେ ଏଠାରେ ଏହି ଧାମକୁ ପ୍ରତିଷ୍ଠା କରିଥିଲେ । ଧାର୍ମିକ ଗ୍ରନ୍ଥ ଅନୁସାରେ ମହାଭାରତ ଯୁଦ୍ଧ ପରେ ସବୁଠାରୁ ବଡ ତଥା ଯୁଧିଷ୍ଠିରଙ୍କୁ ହସ୍ତିନାପୁରର ଶାସନ ଭାର ଦିଆଗଲା । ଏକଦା ପଞ୍ଚୁ ପାଣ୍ଡବ ଭଗବାନ ଶ୍ରୀକୃଷ୍ଣଙ୍କ ସହ ବସି ମହାଭାରତ ଯୁଦ୍ଧର ସମୀକ୍ଷା କରୁଥିଲେ । ସମୀକ୍ଷାରେ ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କୁ କହିଲେ ଆମ ସବୁ ଭାଇଙ୍କ ଉପରେ ବ୍ରହ୍ମହତ୍ୟା ସହିତ ନିଜ ବନ୍ଧୁବାନ୍ଧଙ୍କୁ ହତ୍ୟା କରିବାର କଳଙ୍କ ରହିଛି ତେବେ କିପରି ଏହି କଳଙ୍କରୁ ଆମକୁ ମୁକ୍ତି ମିଳିପାରିବ । ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଲେ ଯଦିଓ ଏଥିରୁ ମୁକ୍ତି ମିଳିବା କଷ୍ଟକର କିନ୍ତୁ ଏକମାତ୍ର ଭଗବାନ ଶିବ ହିଁ ଏଥିରୁ ମୁକ୍ତି ଦେଇପାରିବେ । ଏହାପରେ ପଞ୍ଚୁପାଣ୍ଡବ ଓ ଦୌପଦ୍ରୀ ଭଗବାନ ଶିବଙ୍କ ସନ୍ଧାନରେ ବାହାରିଗଲେ । ପାଣ୍ଡବମାନେ ପ୍ରଥମେ ଯାଇ କାଶୀରେ ପହଞ୍ଚିଲେ ଏବଂ ସେଠାରେ ଶିବ ମିଳିଲେ ନାହିଁ । ଏପରି ଅନେକ ସ୍ଥାନରେ ଖୋଜି ଖୋଜି ଶେଷରେ ଯାଇ ହିମାଳୟରେ ପହଞ୍ଚିଲେ ଏବଂ ସେଠାରେ ଭଗବାନ ଶିବ ପାଣ୍ଡବଙ୍କୁ ଦେଖି ସେଠାରୁ ଉଭାନ ହୋଇଯାଇଥିଲେ । କିନ୍ତୁ ପାଣ୍ଡବମାନେ ଠାଣି ନେଇଥିଲେ ଯେ ଭଗବାନ ଶିବଙ୍କୁ ଦର୍ଶନ ନ କରିବା ପର୍ଯ୍ୟନ୍ତ ସେଠାରୁ ଯିବେ ନାହିଁ ଠିକ୍ ସେତିକିବେଳେ ଗୋଟିଏ ବଳଦ ଆସି ପଛଆଡୁ ଭୀମଙ୍କୁ ଧକ୍କା ଦେଲା ଏବଂ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ହେବା ଦ୍ୱାରା ବଳଦର ମୁଣ୍ଡ ଗଣ୍ଡି ଅଲଗା ହୋଇଗଲା ଯାହାଫଳରେ ମୁଣ୍ଡଟି ଶିବଲିଙ୍ଗରେ ପରିଣତ ହୋଇଗଲା ଏବଂ ସ୍ୱୟଂ ଭଗବାନ ଶିବ ପ୍ରକଟ ହୋଇ ପାଣ୍ଡବ ମାନଙ୍କୁ ପାପରୁ ମୁକ୍ତି ଦେବା ସହ ସ୍ୱର୍ଗର ମାର୍ଗ ଦେଖାଇଥିଲେ । ତେଣୁକରି ଏଠାରେ ଭଗବାନ ଶିବଙ୍କ ଜ୍ୟୋର୍ତି ଲିଙ୍ଗକୁ ପୂଜା କରାଯାଏ ଏବଂ କେଦାରନାଥକୁ ମୁକ୍ତିଧାମ ବୋଲି କୁହାଯାଇଥାଏ ।

author

Related Articles

Leave a Reply

Your email address will not be published. Required fields are marked *