କେନିଆରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଚଳୁ

କେନିଆରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଚଳୁ

ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ ହୋଇଛି।ବ୍ରହ୍ମପୁରରେ ବେକାରୀ ଯୁବକଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।କେନିଆରେ ଚାକିରି ଦେବାକୁ କହି ଠକେଇ କରିଛନ୍ତି ଅଭିଯୁକ୍ତ।ଏମାନଙ୍କ ନିକଟରୁ ୯୨ଟି ପାସପୋର୍ଟ ଜବତ ହୋଇଛି।ଠକେଇ ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗୋଳନ୍ଥରାର ଜଣେ ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଦୁଇ ଜଣଙ୍କ ଦ୍ୱାରା ଲୁଟର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ପାସପୋର୍ଟ ଓ ୧୦ଲକ୍ଷ ଟଙ୍କା ଦେଇଥିଲେ ତେବେ ଯେଉଁ କମ୍ପାନୀରେ ଚକିରି କରିବା ପାଇଁ ଅଭିଯୁକ୍ତ ମାନେ କହିଥିଲେ ତାହା ନକଲି ହୋଇଥିବା ସନ୍ଦେହ କରି ଅଭିଯୋଗ କରିଥିଲେ ଠକେଇ ଶିକାର ହୋଇଥିବା ଲୋକ । ଅଭିଯୋଗ ପରେ ପୁଲିସ ତଦନ୍ତ କରି ଘଟଣାରେ ସତ୍ୟତା ଥିବା ଜାଣିବାକୁ ପାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଅଂଚଳର ସି.ଏଚ ମୋହନ ରେଡ୍ଡୀ, ଶ୍ରୀକାକୁଲମର ସୀମାଂଚଳ ଓ ଦିଲେଶ୍ୱର ରାଓକୁ ଗିରଫ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *