କେନ୍ଦୁଝର ପାଇଁ ଇତିହାସ ରଚିଲେ ମୋହନ ମାଝୀ

କେନ୍ଦୁଝର ପାଇଁ ଇତିହାସ ରଚିଲେ ମୋହନ ମାଝୀ

କେନ୍ଦୁଝର ମାଟିର ପୁଅ ତଥା ସଦର ବିଧାୟକ ମୋହନ ଚରଣ ମାଝିଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ପରେ ସାରା କେନ୍ଦୁଝରରେ ଦେଖାଦେଇଛି ଖୁସିର ଲହରୀ l ଗତକାଲି ମୋହନ ମାଝୀଙ୍କ ନାମ ଘୋଷଣା ପରେ କେନ୍ଦୁଝର ଜିଲ୍ଲା ପାଇଁ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ଟାଣୁଆ ଆଦିବାସୀ ନେତା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଖବର ପ୍ରକାଶ ହେବା ପରେ ଆନନ୍ଦପୁର ଠାରେ ବିଜେପି ନେତା ଓ କର୍ମୀମାନେ ବାଣ ଫୁଟାଇ ଆନନ୍ଦ ମନାଇବା ସହିତ ମିଠା ବାଣ୍ଟି ଖୁସି ବ୍ୟକ୍ତ କରିଥିଲେ। କେନ୍ଦୁଝର ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ହେବା ଜିଲ୍ଲାବାସୀଙ୍କ ପାଇଁ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିବା ଜିଲ୍ଲା ବିଜେପି ଉପସଭାପତି ନିରାକାର ଦଳେଇ ପ୍ରକାଶ କରିଛନ୍ତି। ବରିଷ୍ଠ ଭାଜପା ନେତା ତଥା କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ରାମଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ମଙ୍ଗଳବାର ଅପରାହ୍ନରେ ଶତାଧିକ ବିଜେପି କର୍ମୀ ଯୋଗଦେଇ ବିଜୟ ଉତ୍ସବ ପାଳନ କରିଥିବା ଦେଖାଦେଇଛି l

author

Related Articles

Leave a Reply

Your email address will not be published. Required fields are marked *