କେନ୍ଦ୍ରାପଡାରେ ଅଂଶୁମାନଙ୍କ ପ୍ରଚାର

କେନ୍ଦ୍ରାପଡାରେ ଅଂଶୁମାନଙ୍କ ପ୍ରଚାର

ନିର୍ବାଚନ ପାଇଁ ସଜାଗ ତିନି ରାଜନୈତିକ ଦଳ । ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କେନ୍ଦ୍ରାପଡା ଲୋକସଭାରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି । ବିଶାଳ ରାଲି କରି ସେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଅଂଶୁମାନ କହିଛନ୍ତି, କେନ୍ଦ୍ରାପଡାର ହେଉଛି ବିଜୁ ବାବୁଙ୍କ ମାଟି ଏଠି କେବଳ ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନରେ ଲୋକେ ଭୋଟ ଦେଇଆସୁଛନ୍ତି । ଏଥର ମଧ୍ୟ ବିପୁଳ ସମର୍ଥନ ମିଳିବ । କେନ୍ଦ୍ରାପଡା ଲୋକସଭା ପାଇଁ ନିଜର କ୍ଷେତ୍ର ପ୍ରସ୍ତୁତ କଲେଣି ଅଂଶୁମାନ । ଅଂଶୁମାନଙ୍କ ସହ କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ତାଙ୍କ ସହ ପ୍ରଚାରରେ ଯୋଗଦେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *