କେବେହେବ ରାଜନୈତିକ ଦଳ ମାନଙ୍କ ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା

କେବେହେବ ରାଜନୈତିକ ଦଳ ମାନଙ୍କ ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା

ଆରମ୍ଭ ହୋଇଗଲାଣି ନାମାଙ୍କନ ପ୍ରକ୍ରିୟା ଦାଖଲ । କିନ୍ତୁ ଏବେ ପର୍ଯ୍ୟନ୍ତ ତିନି ପ୍ରମୁଖ ରାଜନୈତିକ ଦଳମାନେ  ଅନେକ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଖୁବଶୀଘ୍ର ଘୋଷଣା ହୋଇପାରେ ତିନି ଦଳଙ୍କର ବଳକା ଟିକେଟ । ଓଡିଶାରେ ମେ 13 ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବ । କିନ୍ତୁ ଏଯାଏଁ ଏମିତି ଅନେକ ଆସନ ରହିଛି ଯେଉଁଠି ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ବିଜେପି ୧୩୧ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ବାକି ଅଛି ଆଉ ୧୬ଟି ଆସନ । କଂଗ୍ରେସ ମଧ୍ୟ ୧୨୫ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବାକି ଅଛି ଆଉ୨୨ ଟି ଆସନ, ସେହିପରି ବିଜେଡି ଏପର୍ଯ୍ୟନ୍ତ ୧୨୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୨୧ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ ।

author

Related Articles

Leave a Reply

Your email address will not be published. Required fields are marked *