କେବେ ଛିଣ୍ଡିବ କଂଗ୍ରେସର ପିସିସି ଅଙ୍କ ?

କେବେ ଛିଣ୍ଡିବ କଂଗ୍ରେସର ପିସିସି ଅଙ୍କ ?

କେବେ ଛିଣ୍ଡିବ ରାଜ୍ୟ କଂଗ୍ରେସର ପିସିସି ଅଙ୍କ ? କେବେ ରାଜ୍ୟ କଂଗ୍ରେସର ସଭାପତିଙ୍କୁ ନିଯୁକ୍ତ କରିବେ ଏଆଇସିସି । ହଁ ଆଜ୍ଞା ଏ ପ୍ରଶ୍ନରେ ପୂଣ୍ଣଚ୍ଚେଦ ପଡିବାର ନାଁ ଧରୁନି । ପିସିସି ଭଙ୍ଗ ହେବାର ୩ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ରାଜ୍ୟ କଂଗ୍ରେସର ମୁଖିଆ କିଏ ହେବେ ସେନେଇ ସ୍ପଷ୍ଟ ହୋଇନି । ଏହି ପଦବୀ ପାଇଁ ଛକାପଞ୍ଝା ଲଢେଇ ଚାଲିଥିବା ବେଳେ ଏବେ ରାଜ୍ୟ କଂଗ୍ରେସକୁ ପିସିସି ବଦଳରେ ଷ୍ଟିୟରିଂ କମିଟି ଚଳାଇବେ ବୋଲି ନିଷ୍ପତ୍ତି ନିଆଯାଇଛି । । ହେଲେ କମିଟିରେ ଦଳର ବରିଷ୍ଠ ନେତାଙ୍କୁ ଅଣଦେଖା ହୋଇଥିବା ଜଣାପଡିଛି । ୧୪ ଜଣିଆ ଷ୍ଟିୟରିଂ କମିଟିରେ ରାଜ୍ୟ ପ୍ରଭାରୀ ଅଜୟ କୁମାର, ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର କାଡମା, ଜୟଦେବ ଜେନା, ସପ୍ତଗିରି ଉଲ୍ଲାକାଙ୍କ ଭଳି ବରିଷ୍ଠ ନେତା ସାମିଲ ରହିଛନ୍ତି । ଏହି ଷ୍ଟିଅରିଂ କମିଟି ସଭାପତି ଘୋଷଣା ହେବା ଯାଏଁ ସମସ୍ତ କାଯ୍ୟ ପରିଚାଳନା କରିବେ ବୋଲି ସୂଚନା ମିଳିଛିା କିନ୍ତୁ କମିଟିରୁ ବାଦ ପଡିଛନ୍ତି ବହୁ ଭେଟେରାନ। ଯାହା ଭିତରେ ରହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ଗିରିଧର ଗମାଙ୍ଗ ଓ ତାରାପ୍ରସାଦ ବାହିନୀପତି। ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାହିଁକି ପୁରୁଖା ନେତାଙ୍କୁ ଏହି ଲିଷ୍‌ଟରୁ ବାଦ ଦିଆଗଲା ସେନେଇ ଆଲୋଚନା ଚାଲିଛିା ଏବଂ ଏହାକୁ ନେଇ ବାଦ ପଡିଥିବା ନେତାମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ତେବେ କୁହାଯାଉଛି କି ଏହି କମିଟି ପ୍ରଭାରି ଅଜୟ କୁମାରଙ୍କ ଇଚ୍ଛାରେ ଗଠନ ହୋଇଛି । ପିସିସି ସଭାପତି ପଦ ପାଇଁ ଲବିରେ ଥିବା ନେତାମାନଙ୍କୁ ଏଥିରେ ସାମିଲ କରାଯାଇଛି । ଏବଂ ଏଇମାନଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି ପଦ ମିଳିପାରେ ବୋଲି ସମ୍ଭାବନା ରହିଛି । ତେବେ କମିଟି ଗଠନ ପରେ ସମସ୍ତ କମିଟି ମେମ୍ବରଙ୍କୁ ନେଇ ଅଗଷ୍ଟ ୨୧ ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । ଏବଂ ୨୨ ତାରିଖରେ କଂଗ୍ରେସ ଷ୍ଟିଅରିଂ କମିଟି ଝଋଈଓ ମାମଲାରେ ଓଡ଼ିଶାରେ ଇଡ଼ି ଅଫିସ ଘେରାଉ କରି ପ୍ରଥମ ଶକ୍ତି ପ୍ରଦର୍ଶନ କରିବା ନେଇ ସୂଚନା ମିଳିଛିା ତେବେ ଦେଖାଯାଉ ଏହି କାମଚଳା କମିଟି କେତେ ଦିନ ଆଉ କିପରି କାମ କରୁଛି ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *